ବିଧାୟକ ପଦରୁ ଇସ୍ତଫା ଦେଇପାରନ୍ତି ଅଖିଳେଶ-ଆଜମ

ଲକ୍ଷ୍ନୌ,୧୨।୩: ଚଳିତ ବର୍ଷ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବହୁମତ ସହ ସଂଖ୍ୟାଗରିଷ୍ଠତାରେ ଭାଜପା ଐତିହାସିକ ବିଜୟ ଲାଭ କରିଛି। ପୁଣି ଥରେ ରାଜ୍ୟରେ ସରକାର ଗଢ଼ିବ ଭାଜପା। କିନ୍ତୁ ସମାଜବାଦୀ ପାର୍ଟି(ଏସ୍‌ପି)ର ମୁୁଖ୍ୟ ଅଖିଳେଶ ଯାଦବଙ୍କୁ କ୍ଷମତାକୁ ଫେରିବା ପାଇଁ ପୁଣି ଥରେ ୫ବର୍ଷ ଅପେକ୍ଷା କରିବାକୁ ପଡ଼ିବ। ଇତିମଧ୍ୟରେ ଅଖିଳେଶ ଯାଦବ ଓ ଦଳର ତୁଙ୍ଗ ନେତା ଆଜମ ଖାଁ ଲୋକ ସଭା ସଦସ୍ୟ ରହିବେ ବୋଲି ସୂଚନା ମିଳିଛି। ଯଦି ଏଭଳି ହୁଏ ତେବେ ସେମାନଙ୍କୁ ବିଧାୟକ ପଦରୁ ଇସ୍ତଫା ଦେବାକୁ ପଡ଼ିବ। ସୂଚନାଯୋଗ୍ୟ, ଲୋକ ସଭାରେ ଏସ୍‌ପିର କେବଳ ୫ଜଣ ସଦସ୍ୟ ରହିଛନ୍ତି। ତେବେ ରାଜନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦଳ ଲୋକ ସଭାରେ ଦୁର୍ବଳ ହେବାକୁ ଚାହୁଁନାହିଁ। ତେଣୁ ଏଭଳି ପରିସ୍ଥିତିରେ ଅଖିଳେଶ ଯାଦବ ଓ ଆଜମ ଖାଁ ବିଧାନସଭା ସଦସ୍ୟ ପଦରୁ ଇସ୍ତଫା ଦେଇପାରନ୍ତି।

Share