Categories: ଜାତୀୟ

ତୃତୀୟଥର ପାଇଁ ସମାଜବାଦୀ ପାର୍ଟିର ସଭାପତି ହେଲେ ଅଖିଳେଶ

ଲକ୍ଷ୍ନୌ,୨୯।୯: ସମାଜବାଦୀ ପାର୍ଟି(ଏସ୍‌ପି)ର ଜାତୀୟ ସମ୍ମିଳନୀ ଗୁରୁବାର ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ରାମବାଇ ମଇଦାନରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଅଖିଳେଶ ଯାଦବ କ୍ରମାଗତ ତୃତୀୟ ଥର ପାଇଁ ସମାଜବାଦୀ ଦଳର ଜାତୀୟ ସଭାପତି ଭାବରେ ମନୋନୀତ ହୋଇଛନ୍ତି।
ସଭାପତି ଭାବରେ ନିର୍ବାଚିତ ହେବା ପରେ ଅଖିଳେଶ ତାଙ୍କ ଅଭିଭାଷଣରେ କହିଛନ୍ତି, ସଭାପତି ଭାବରେ ମନୋନୀତ କରି ମୋ ଉପରେ ଯେଉଁ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି ସେଥିପାଇଁ ମୁଁ କୃତଜ୍ଞ। ଆଗକୁ ଆମେ ଲଢିବା ଏବଂ ଜିତିବା। ଆମେ ଏସପିଙ୍କୁ ଏକ ଜାତୀୟ ଦଳ କରିବାକୁ ସଂକଳ୍ପ ନେବା।
ସର୍ବପ୍ରଥମେ, ଜାନୁଆରୀ ୧, ୨୦୧୪ରେ ପ୍ରଥମ ଥର ପାଇଁ ତାଙ୍କୁ ମୁଲାୟମ ସିଂ ଯାଦବଙ୍କ ସ୍ଥାନରେ ଦଳର ଜାତୀୟ ସଭାପତି କରାଯାଇଥିଲା। ଏହା ପରେ, ଅକ୍ଟୋବର ୨୦୧୭ରେ ଆଗ୍ରା ଠାରେ ଅନୁଷ୍ଠିତ ଜାତୀୟ ସମ୍ମିଳନୀରେ ସେ ପୁଣି ଥରେ ସର୍ବସମ୍ମତି କ୍ରମେ ଦଳର ସଭାପତି ଭାବରେ ମନୋନୀତ ହୋଇଥିଲେ। ଅଖିଳେଶ ଯାଦବଙ୍କ ପୂର୍ବରୁ ତାଙ୍କ ପିତା ମୁଲାୟମ ସିଂ ଯାଦବ ଦଳ ଆରମ୍ଭରୁ ସଭାପତି ଥିଲେ।

Share