Categories: ଜାତୀୟ

ଅପନା ଦଳ ସହ ସମ୍ପର୍କ ତୁଟାଇଲେ ଅଖିଳେଶ

ଲକ୍ଷ୍ନୌ,୨୧।୩: ଲୋକ ସଭା ନିର୍ବାଚନ ମଧ୍ୟରେ ଉତ୍ତରପ୍ରଦେଶରୁ ଏକ ବଡ଼ ଖବର ଆସିଛି। ସମାଜବାଦି ପାର୍ଟି ଅପନା ଦଲ କମେରାବାଦି ସହ ମେଣ୍ଟ ସମ୍ପର୍କ ତୁଟାଇଦେଇଛି। ଏସପି ମୁଖ୍ୟ ଅଖିଳେଶ ନିଜେ ଏହା ଘୋଷଣା କରିଛନ୍ତି। ଅପ୍‌ନା ଦଲ କମେରାବାଦି ଏବଂ ଏସପି ମଧ୍ୟରେ ମେଣ୍ଟ ବିଷୟରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଅଖିଳେଶ ଯାଦବ କହିଛନ୍ତି – ୨୪ ରେ ନୁହେଁ, ୨୨ ରେ ଏକ ମେଣ୍ଟ ହୋଇଥିଲା। ଉଭୟ ଦଳ ମଧ୍ୟରେ ମେଣ୍ଟ ଭାଙ୍ଗିବା ଫଳରେ ଇଣ୍ଡିଆ ମେଣ୍ଟକୁ ଝଟ୍‌କା ଲାଗିଛି।
ବୁଧବାର ଭାରତୀୟ ମିଳିତ ମେଣ୍ଟର ଏକ ଅଂଶ ଥିବା ଅପନା ଦଳ (କମେରାବାଦି) ଏକ ବିଦ୍ରୋହୀ ଆଭିମୁଖ୍ୟ ଗ୍ରହଣ କରିଛି ଏବଂ ୟୁପିର ତିନିଟି ଲୋକସଭା ଆସନରେ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଛି। ଦଳର ଜାତୀୟ ସଭାପତି କୃଷ୍ଣ ପଟେଲ ନିଜେ ଏହା ଘୋଷଣା କରିଛନ୍ତି। ଅପନା ଦଳ (କମେରାବାଦି) ନେତା ପଲ୍ଲବୀ ପଟେଲ ସମାଜବାଦୀ ପାର୍ଟିର ଜଣେ ବିଧାୟକ।

Share