Categories: ଜାତୀୟ

ଏସ୍‌ପି ଛାଡିଥିବା ନେତାଙ୍କୁ ୨ ହଜାର ଟଙ୍କିଆ ନୋଟ ସହ ତୁଳନା କଲେ ଅଖିଳେଶ

ଲକ୍ଷ୍ନୌ,୨୪।୭: ଲୋକ ସଭା ନିର୍ବାଚନ ପୂର୍ବରୁ ୟୁପି ରାଜନୀତି ସରକଗରମ ହୋଇଛି। ବିରୋଧୀ ମେଣ୍ଟର ଜବାବ ଦେବାକୁ ଭାଜପା କ୍ରମାଗତ ଭାବରେ ରାଜ୍ୟରେ ନିଜର ସ୍ଥିତି ବଢାଇବାକୁ ଚେଷ୍ଟା କରୁଛି। ଏହି କ୍ରମରେ ଆଜି ବି ଏସପି, ବିଏସପି, କଂଗ୍ରେସ ଏବଂ ଆରଏଲଡିର ଅନେକ ନେତା ଭାଜପାରେ ଯୋଗ ଦେଇଛନ୍ତି। ଏସପି ସଭାପତି ଅଖିଳେଶ ଯାଦବ ସୋସିଆଲ ମିଡିଆରେ ଟାର୍ଗେଟ୍‌ କରିଛନ୍ତି। ଅଖିଳେଶ ଯାଦବ ନିର୍ବାଚନ ପୂର୍ବରୁ ଦଳ ଛାଡିଥିବା ନେତାମାନଙ୍କୁ ଦୁଇ ହଜାର ନୋଟ ସହ ତୁଳନା କରିଛନ୍ତି।
ସୂଚନାଯୋଗ୍ୟ, ଏସପି ବିଧାୟକ ଦାରା ସିଂ ଚୌହାନଙ୍କ ପରେ ଆଜି ଏସପି ସରକାରରେ ମନ୍ତ୍ରୀ ଥିବା ସାହେବ ସିଂ ସଇନି ମଧ୍ୟ ଲକ୍ଷ୍ନୌରେ ବହୁ ଏସପି ନେତାଙ୍କ ସହ ଭାଜପାରେ ଯୋଗ ଦେଇଥିଲେ। ଏହାକୁ ନେଇ ଅଖିଳେଶ ଟୁଇଟ୍‌ ଯୋଗେ କହିଛନ୍ତି, କିଛି ଲୋକ ୨ ହଜାର ଟଙ୍କିଆ ନୋଟ ପରି ଚାଲିଯାଇଛନ୍ତି…।
ଏହାପୂର୍ବରୁ ୟୁପି ବିଧାନସଭା ନିର୍ବାଚନରେ ଏସପିଙ୍କ ସହଯୋଗୀ ଥିବା ଓମ ପ୍ରକାଶ ରାଜଭର ମଧ୍ୟ ଏନଡିଏ ମିଳିତ ମେଣ୍ଟରେ ଯୋଗ ଦେଇଥିଲେ।

Share