Categories: ଜାତୀୟ

ଅଖିଳେଶ କେବଳ ନାମକୁ ମାତ୍ର ଅଧ୍ୟକ୍ଷ: ଭାଜପା…

ଲକ୍ଷ୍ନୌ,୩।୬ : ସମାଜବାଦୀ ପାର୍ଟି (ଏସପି)ର ପୃଷ୍ଠପୋଷକ ତଥା ଉତ୍ତରପ୍ରଦେଶର ପୂର୍ବତନ ବିଧାୟକ ମୁଲାୟମ ସିଂ ଯାଦବଙ୍କ ସମୁଦି ତଥା ପୂର୍ବତନ ବିଧାୟକ ହରିଓମ ଯାଦବ ପୁଣି ଥରେ ଏସପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଏବଂ ଏସପି ଜାତୀୟ ସାଧାରଣ ସଚିବ ରାମ ଗୋପାଲ ଯାଦବଙ୍କୁ ଟାର୍ଗେଟ କରିଛନ୍ତି। ହରିଓମ କହିଛନ୍ତି ଅଖିଳେଶ ଯାଦବ କେବଳ ନାମକୁ ମାତ୍ର ଦଳର ଅଧ୍ୟକ୍ଷ। ଦଳର ପୁରା ଡୋର ରାମ ଗୋପାଲ ଯାଦବଙ୍କ ହାତରେ ରହିଛି।

ଶିବପାଲ ଯାଦବଙ୍କ ବିଷୟରେ ନିଜର ମତ ରଖି ସେ କହିଛନ୍ତି ଯଦି ଶିବପାଲ ଭାଜପାରେ ଯୋଗ ଦେଇଥାନ୍ତେ ତେବେ ତାଙ୍କୁ ସମ୍ମାନ ଦିଆଯାଇଥାନ୍ତା। ଏହା ସହିତ ଭାଜପା ତାଙ୍କୁ କୌଣସି ସ୍ଥାନରୁ ଏମପି କରିଥାନ୍ତା। ଏସପିରେ ଶିବପାଲଙ୍କ କଥା କେହି ଶୁଣୁ ନାହାଁନ୍ତି। ଭାଜପାରେ ତାଙ୍କର ଅଧ୍ୟାୟ ଶେଷ ହୋଇଛି। କିନ୍ତୁ ଯେ କୌଣସି ସମୟରେ ତାହା ଆରମ୍ଭ ମଧ୍ୟ ହୋଇପାରେ। ଅଖିଳେଶ ଯାଦବ ତାଙ୍କ ଲୋକଙ୍କ ରିପୋର୍ଟ କାର୍ଡ ପ୍ରସ୍ତୁତ କରିବା ଉଚିତ। ରାମଗୋପାଲ ଯାଦବ ନିଜେ କେବେ ହେଲେ ନିର୍ବାଚନ ଜିତି ପାରିବେ ନାହିଁ। କେବଳ ଏତିକି ନୁହେଁ, ଯଦି ସୈଫଇରୁ ରାମଗୋପାଲ ପ୍ରତିଦ୍ୱନ୍ଦ୍ୱିତା କରନ୍ତି, ତେବେ ତାଙ୍କୁ ମଧ୍ୟ ସେଠାରୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିବ ।

ଏହା ପୂର୍ବରୁ ମଧ୍ୟ ହରିଓମ ରାମଗୋପାଲଙ୍କୁ କଡ଼ା ସମାାଲୋଚନା କରିଥିଲେ। ହରିୟମ କହିଥିଲେ ସେ ପାର୍ଟିକୁ ନଷ୍ଟ କରିଦେବେ। ୨୦୨୨ ବିଧାନସଭା ନିର୍ବାଚନରେ ମୁଲାୟମ ସିଂଙ୍କ ଯୋଗୁଁ ଏସପି ସହଯୋଗୀ ଦଳ ୧୦୦ ଟି ଆସନ ପାଇଥିଲେ, କିନ୍ତୁ ୨୦୨୭ ନିର୍ବାଚନରେ ଏସପିଙ୍କ ବିଧାୟକଙ୍କୁ ଦେଖିବାକୁ ମିଳିବ ନାହିଁ। ୨୦୨୪ ଲୋକସଭା ନିର୍ବାଚନରେ ଏସପିଙ୍କ ଖାତା ମଧ୍ୟ ଖୋଲିବ ନାହିଁ।

ସୂଚନାଯୋଗ୍ୟ ହରିଓମ ଏସପି ଟିକଟରେ ତିନିଥର ବିଧାୟକ ହୋଇଥିଲେ। ସେ ୨୦୨୨ ମସିହାରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ଶିବିରରେ ଯୋଗ ଦେଇଥିଲେ। ହରିୟମ ଯାଦବ ୨୦୦୨ ରେ ଶିଖୋହାବାଦରୁ ଏବଂ ୨୦୧୨ ଏବଂ ୨୦୧୭ ରେ ସିରସାଗଞ୍ଜ ଆସନରୁ ବିଧାୟକ ହୋଇଥିଲେ। ୨୦୨୨ ୟୁପି ବିଧାନସଭା ନିର୍ବାଚନରେ ହରିଓମଙ୍କୁ ସିରସାଗଞ୍ଜରୁ ଏସପି ଟିକେଟ ଦେବାକୁ ମନା କରିଦେଇଥିଲା। ଏହା ପରେ ସେ ଭାଜପାରେ ଯୋଗ ଦେଇଥିଲେ।

Share