Categories: ଜାତୀୟ

ଆଧୁନିକ ଯୁଗର ଔରଙ୍ଗଜେବ ହେଉଛନ୍ତି ଅଖିଳେଶ

ଲକ୍ଷ୍ନୌ,୨୦।୨: ଉତ୍ତରପ୍ରଦେଶର ବିଧାନସଭା ନିର୍ବାଚନ ଚାଲିଥିବା ବେଳେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଆଧୁନିକ ଯୁଗର ଔରଙ୍ଗଜେବ କହିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ।

“ଅଖିଳେଶ ଆଜିର ଔରଙ୍ଗଜେବ। ଯିଏ ବାପାଙ୍କ ପ୍ରତି ବିଶ୍ୱସ୍ତ ନୁହେଁ, ସେ କେଉଁ ଭଳି ଆପଣଙ୍କ ବିଶ୍ୱସ୍ତ ହେବ। ଔରଙ୍ଗଜେବ ବାପାଙ୍କୁ ଜେଲରେ ରଖିଥିଲେ। ଭାଇମାନଙ୍କୁ ହତ୍ୟା କରିଥିଲେ। ମୁଲାୟମ ସିଂ ନିଜେ କହିଛନ୍ତି, ଅଖିଲେଶ ଯେଉଁ ଭଳି ଅପମାନିତ କରିଛନ୍ତି, ତାହା ଅନ୍ୟ କେହି କରି ନାହାନ୍ତି” ବୋଲି ଉତ୍ତରପ୍ରଦେଶର ଦେଓରିଆ ଜିଲାରେ ଆୟୋଜିତ ରାଲିରେ ବରିଷ୍ଠ ଭାଜପା ନେତା କହିଛନ୍ତି।

ତେବେ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ମୁଗଲ ରାଜାଙ୍କ ସହ ତୁଳନା କରାଯିବାର ଏହା ପ୍ରଥମ ଘଟଣା ନୁହେଁ। ୨୦୧୯ ଲୋକ ସଭା ନିର୍ବାଚନ ବେଳେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ସପା ମୁଖ୍ୟଙ୍କୁ ଔରଙ୍ଗଜେବ ସହ ତୁଳନା କରିଥିଲେ।

Share