ଲକ୍ଷ୍ନୌ,୨୪।୧୧: ଲକ୍ଷ୍ନୌର ଲୋହିଆ ଟ୍ରଷ୍ଟରେ ଆମ ଆଦମୀ ପାର୍ଟିର ନେତା ତଥା ଏମ୍ପି ସଞ୍ଜୟ ସିଂ ଏବଂ ଏସପି ସଭାପତି ଅଖିଳେଶ ଯାଦବଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜନୈତିକ ପରିସ୍ଥିତି ଏବଂ ଗଠବନ୍ଧନକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ତେବେ ଆସନ ବୁଝାମଣା ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ବୈଠକ ପରେ ସଞ୍ଜୟ ସିଂ କହିଛନ୍ତି ଯେ, ଏହା ଏକ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ବୈଠକ। ଭାଜପା ଶାସନ ଅଧୀନରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ଏହାକୁ ଏକ ଉପଯୁକ୍ତ ଉତ୍ତର ଦିଆଯିବ। ଭାଜପା ସହ ମୁକାବିଲା କରିବାର ରଣନୀତି ଅଖିଳେଶ ଯାଦବଙ୍କ ସହ ଆଲୋଚନା କରାଯାଇଛି। ଏସପି ସହ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ପ୍ରସଙ୍ଗ ଏପର୍ଯ୍ୟନ୍ତ ଆଲୋଚନା ହୋଇନାହିଁ।
ସୂତ୍ରରୁ ପ୍ରକାଶ ଯେ ବିଧାନସଭା ନିର୍ବାଚନ ମେଣ୍ଟକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି, କିନ୍ତୁ ଆସନ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ।