୫ ବର୍ଷ ପରେ ଏକାଠି ନିର୍ବାଚନ ପ୍ରଚାରରେ ଦେଖାଦେଲେ ଅଖିଳେଶ, ମୁଲାୟମ, ଶିବପାଲ

ଲକ୍ଷ୍ନୌ,୧୮ ।୨: ଉତ୍ତର ପ୍ରଦେଶରେ ଦ୍ୱିତୀୟ ପର୍ଯର୍୍ୟାୟ ମତଦାନ ଶେଷ ହୋଇଥିବା ବେଳେ ତୃତୀୟ ପର୍ଯ୍ୟାୟ ଲାଗି ପ୍ରଚାର ଅଭିଯାନ ଜୋରସୋରରେ ଚାଲିଛି । ଏବେ ଇଟାୱାର ଏମିତି ଏକ ଫଟୋ ଦେଖିବାକୁ ମିଳିଛି ଯାହା ରାଜ୍ୟର ରାଜନୀତିରେ ଚାପା ଗୁଞ୍ଜରଣ ସୃଷ୍ଟି କରିଛି । ଉକ୍ତ ଫଟୋରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ତାଙ୍କ ପିତା ମୁଲାୟମ ସିଂହ ଯାଦବ ଓ ଚାଚା ଶିବପାଲ ସିଂ ଯାଦବଙ୍କୁ ଏକାଠି ଦେଖିବାକୁ ମିଳିଛି । ଦୀର୍ଘ ପାୟ ୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ ଏମାନଙ୍କୁ ଏକାଠି ପ୍ରଚାର ଅଭିଯାନରେ ଦେଖିବାକୁ ମିଳିଛି । ୨୦୧୭ର ବିଧାନସଭା ନିର୍ବାଚନ ପୂର୍ବରୁ ଏମାନେ ୩ ଜଣଙ୍କୁ ଏକାଠି ୨୦୧୬ରେ ଲକ୍ଷ୍ନୌରେ ‘ସମାଜବାଦୀ ବିକାଶ ରଥ‘କୁ ସବୁଜ ପତାକା ଦେଖାଇବା ସମୟରେ ଏକାଠି ଦେଖିବାକୁ ମିଳିଥିଲା । ୨୦୧୬ରେ ପାରିବାରିକ ବିବାଦ କାରଣରୁ ଅଖିଳେଶ ତାଙ୍କ ଚାଚା ଶିବପାଲଙ୍କୁ ସମାଜବାଦୀ ପାର୍ଟିରୁ ବାହାର କରିଦେଇଥିଲେ । ଏହାପରେ ଶିବପାଲ ନିଜର ପ୍ରଗତିଶୀଳ ସମାଜବାଦୀ ପାର୍ଟି ଗଠନ କରିଥିଲେ ।

Share