ପାଟନା,୫।୧୨: ବିହାରରେ କଂଗ୍ରେସ ଅଧ୍ୟକ୍ଷ ପଦରୁ ମଦନ ମୋହନ ଝା ଇସ୍ତଫା ଦେଇଛନ୍ତି। ଏହାପରେ କଂଗ୍ରେସ ଏମ୍ପି ଅଖିଳେଶ ପ୍ରସାଦ ସିଂହଙ୍କୁ ଏକ ବଡ଼ ଦାୟିତ୍ୱ ପ୍ରଦାନ କରିଛି। ଅଖିଳେଶଙ୍କୁ ବିହାର କଂଗ୍ରେସର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ବfର୍ତ୍ତaମାନ ଅଖିଳେଶ ରାଜ୍ୟସଭାର ସଦସ୍ୟ ଅଛନ୍ତି। ୨୦୧୮ରେ ସେ ରାଜ୍ୟସଭା ପାଇଁ ର୍ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ। ରାଜ୍ୟରେ ତାଙ୍କର ରାଜନୈତିକ ଦବ୍ଦବା ଓ ପ୍ରଭାବ ରହିଥିବା କୁହାଯାଏ।