Categories: ଜାତୀୟ

ହାଥରସ୍‌ ଦଳାଚକଟା ପାଇଁ ସରକାର ଦାୟୀ: ଅଖିଳେଶ

ହାଥରସ୍‌,୨।୭: ଉତ୍ତରପ୍ରଦେଶର ହାଥରସ୍‌ରେ ସତ୍‌ସଙ୍ଗ ଚାଲିଥିବା ବେଳେ ଦଳାଚକଟା ଘଟିଛି। ଏଥିରେ ୧୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଥିବା ସୂଚନା ମିଳିଛି। ଏନେଇ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଉକ୍ତ ଘଟଣାକୁ ନେଇ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଦୁଃଖ ପ୍ରକାଶ କରିଛନ୍ତି। ଏହି ଆୟୋଜନ ସମ୍ପର୍କରେ ଉତ୍ତରପ୍ରଦେଶ ସରକାର ଜାଣିଥିବା ବେଳେ କେଉଁ ପରିସ୍ଥିତିରେ ଘଟଣା ଘଟିଲା ସେ ନେଇ ସରକାର ଦାୟୀ ବୋଲି ସେ କହିଛନ୍ତି।

Share