Posted inଜାତୀୟ

ଜେଲ୍‌ ଯିବେ ଅଖିଳେଶ, ଶିବପାଲ: ରାଜଭର

ଲକ୍ଷ୍ନୌ,୧୧।୯: ସୁହେଲଦେବ ଭାରତୀୟ ସମାଜ ପାର୍ଟି ସଭାପତି ଓମ ପ୍ରକାଶ ରାଜଭର ନିଜ ମନ୍ତବ୍ୟ ପାଇଁ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଘୋସି ଉପନିର୍ବାଚନରେ ଭାଜପାର ପରାଜୟ ପରେ ସମାଜବାଦୀ ପାର୍ଟି(ଏସ୍‌ପି) ସୁପ୍ରିମୋ ଅଖିଳେଶ ଯାଦବକୁ ଟାର୍ଗେଟ୍‌ କରିଛନ୍ତି। ରାଜଭର କହିଛନ୍ତି ଯେ, ଅଖିଳେଶ ଯାଦବ, ରାମ ଗୋପାଳ ଯାଦବ ଏବଂ ଶିବପାଲ ଯାଦବଙ୍କ ବିରୋଧରେ ଆସିଥିବା ଅଭିଯୋଗର ଶୀଘ୍ର ଯାଞ୍ଚ କରାଯିବ ଏବଂ ତଦନ୍ତରେ ଦୋଷୀ ସାବ୍ୟସ୍ତ ହେବା ପରେ ସେମାନେ ଜେଲ ଯିବେ।
ଓମ ପ୍ରକାଶ ରାଜଭର ଦାବି କରିଛନ୍ତି ଯେ, ଗାୟତ୍ରୀ ପ୍ରଜାପତିଙ୍କ ସହ ଅଖିଳେଶ ଯାଦବଙ୍କ ନାମ ମଧ୍ୟ ଖଣି ଦୁର୍ନୀତିରେ ଆସିଛି। କେବଳ ଏତିକି ନୁହେଁ, ଗୋମତି ରିଭର ଫ୍ରଣ୍ଟ ଦୁର୍ନୀତିରେ ଏସପି ନେତା ରାମ ଗୋପାଳ ଯାଦବ, ଶିବପାଲ ଯାଦବ ଏବଂ ଅଖିଳେଶ ଯାଦବଙ୍କ ନାମ ରହିଛି। ଏହି ସମସ୍ତଙ୍କ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ କରାଯିବ ଏବଂ ଯଦି ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହେଲେ ତେବେ ସେମାନେ ଜେଲ ଯିବେ।
ରାଜଭର ଅଭିଯୋଗ କରିଛନ୍ତି ଯେ, ଏସପି ଲୋକମାନେ ମିଛ କହିବାରେ ମାହିର୍‌। ସିବିଆଇ ଅନୁସନ୍ଧାନରେ ରାମ ଗୋପାଳ ଯାଦବଙ୍କ ପୁଅର ନାମ ମଧ୍ୟ ଆସିଛି, ତେଣୁ ସେ କିପରି ଜେଲ୍‌ ଯାଇନାହାନ୍ତି ଆମକୁ କୁହନ୍ତୁ, ସେ ନିଜକୁ ବଞ୍ଚାଇବାକୁ ଭାଜପାକୁ ସାହାଯ୍ୟ ମାଗିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନଭେମ୍ବରରେ ରୁହନ୍ତୁ ସାବଧାନ! ଏଥର ପଡିବ ପ୍ରବଳ ଥଣ୍ଡା

ନୂଆଦିଲ୍ଲୀ,୧।୧୧: ଚଳିତ ବର୍ଷ ଶୀତ ଦେଶର ଅନେକ ରାଜ୍ୟରେ ରେକର୍ଡ ଭାଙ୍ଗିବାକୁ ଯାଉଛି, ଯାହାକୁ ନେଇ ପାଣିପାଗ ବିଭାଗ ମଧ୍ୟ ଏକ ସତର୍କ ସୂଚନା ଜାରି...

ଆଖିବୁଜିଲେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା: ଶୋକ ପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ,୧।୧୧: ଅର୍ଥନୀତିଜ୍ଞ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ଚେୟାରମ୍ୟାନ ବିବେକ ଦେବ୍ରୋଙ୍କ ଦେହାନ୍ତ ହୋଇଛି। ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା।...

ମହାରାଷ୍ଟ୍ର ନିର୍ବାଚନ: ଅଖିଳେଶ-ଓୱାଇସିଙ୍କ ଭାଙ୍ଗିଲା ସ୍ବପ୍ନ, ପ୍ରି-ପୋଲ ସର୍ଭେ ହଜାଇଲା ନିଦ

ନୂଆଦିଲ୍ଲୀ,୧।୧୧: ମହାରାଷ୍ଟ୍ରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ ପୂରା ଦେଶ ନଜର ରଖିଛି। ଏହି ସମୟରେ ଏକ ପ୍ରି-ପୋଲ ସର୍ଭେ ବାହାରିଛି, ଯେଉଁଥିରେ ଏମଭିଏର...

ତିରୁପତି ମନ୍ଦିରରେ ଏବେ କେବଳ କାମ କରିବେ ହିନ୍ଦୁ, ବି ଆର ନାଇଡୁଙ୍କ ନିର୍ଦ୍ଦେଶ

ଅମରାବତି,୧।୧୧: ତିରୁମାଲା ଆୟର୍ଲାଣ୍ଡ ଦେବସ୍ତାନାମ (ଟିଟିଆଇ) ବୋର୍ଡର ନୂଆ ଚେୟାରମ୍ୟାନ ଭାବେ ଏନ ବି ଆର ନାଇଡୁଙ୍କୁ ବଛା ଯାଇଛି। ବୋର୍ଡର ନୂତନ ଚେୟାରମ୍ୟାନ ହେବା...

ହେମନ୍ତ ସୋରେନଙ୍କ ବୟସକୁ ନେଇ ରାଜନୀତିରେ ଝଡ଼, ଭାଜପା ଟାର୍ଗେଟରେ ମୁଖ୍ୟମନ୍ତ୍ରୀ

ରାଞ୍ଚି,୧।୧୧: ମହାରାଷ୍ଟ୍ର ସହିତ ଝାଡ଼ଖଣ୍ଡରେ ଏକାଠି ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନରେ ଜିତିବା ପାଇଁ ରାଜନୈତିକ ଦଳମାନେ ନିରନ୍ତର ପ୍ରସ୍ତୁତ ହେଉଛନ୍ତି। ଏହି ସମୟରେ...

ବଢ଼ିଲା ଗ୍ୟାସ୍‌ ଦର, ଜାଣନ୍ତୁ କେଉଁ ସହରରେ କେତେ ଥିଲା କେତେ ହେଲା…

ନୂଆଦିଲ୍ଲୀ,୧ା୧୧: ଯେତେବେଳେ ସମଗ୍ର ଦେଶ ଦୀପାବଳି ମହୋତ୍ସବରେ ମାତିଥାନ୍ତି ସେତେବେଳେ ସରକାରୀ ତୈଳ କମ୍ପାନୀଗୁଡିକ ମୁଦ୍ରାସ୍ଫୀତି ଉପରେ ଏକ ବଡ଼ ଝଟ୍‌କା ଦେଇଛନ୍ତି। ଏହି କମ୍ପାନୀଗୁଡ଼ିକ...

ରାଜଧାନୀ ଆକାଶ ହେଲା ଧୂଆଁମୟ

ନୂଆଦିଲ୍ଲୀ,୧ା୧୧: ଦୀପାବଳି ସରିବା ପରେ ରାଜଧାନୀ ଦିଲ୍ଲୀ ଆକାଶ ଏବେ ଧୂଆଁମୟ ହୋଇଯାଇଛି। ଏନ୍‌ସିଆରରେ ଥଣ୍ଡା ବର୍ତ୍ତମାନ ସୁଦ୍ଧା ପଡ଼ିନାହିଁ। ଲୋକମାନେ ଏପର୍ଯ୍ୟନ୍ତ ଏସି ଏବଂ...

ଧୁମଧାମରେ ପାଳନ ହେଲା ଦୀପାବଳି, ରଙ୍ଗ ବେରଙ୍ଗ ଆଲୋକରେ ଝଲସି ଉଠିଲା ଦେଶ

ନୂଆଦିଲ୍ଲୀ,୩୧।୧୦: ଦୀପାବଳି ପର୍ବ କେବଳ ଭାରତରେ ନୁହେଁ ଗୁରୁବାର ସାରା ବିଶ୍ୱରେ ପାଳନ କରାଯାଇଛି। ଏହି ସମୟରେ ଲୋକମାନେ ନିଜ ଘର, ଦୋକାନ ଏବଂ ପ୍ରତିଷ୍ଠାନଗୁଡ଼ିକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri