Posted inଜାତୀୟ

ବୋହୂ ଡିମ୍ପଲଙ୍କୁ ସମର୍ଥନ ଦେବାକୁ ଘୋଷଣା କଲେ ଶିବପାଲ

ଲକ୍ଷ୍ନୌ,୧୭।୧୧: ପ୍ରଗତିଶୀଳ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ଶିବପାଲ ସିଂ ଯାଦବ ତାଙ୍କ ସମର୍ଥକମାନଙ୍କୁ ମୈନପୁରୀ ଲୋକ ସଭା ଉପନିର୍ବାଚନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ତଥା ବୋହୂ ଡିମ୍ପଲ ଯାଦବଙ୍କୁ ସମର୍ଥନ କରିବାକୁ କହିଛନ୍ତି। ଏହା ପରେ ସମାଜବାଦୀ ପାର୍ଟି ସଭାପତି ତଥା ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଇଟାୱା ଠାରେ ଦାଦା ଶିବପାଲ ଯାଦବଙ୍କୁ ଭେଟିଥିଲେ। ଏହି ସମୟରେ ଡିମ୍ପଲ ମଧ୍ୟ ଉପସ୍ଥିତ ଥିଲେ। ଏହା ପରେ ଆଲୋଚନା ହେଉ ଯେ ଅଖିଳେଶ ଯାଦବ ଏବଂ ଦାଦା ଶିବପାଲ ଯାଦବଙ୍କ ମଧ୍ୟରେ ସବୁ ତିକ୍ତତା ଦୂର ହୋଇଯାଇଛି।

ଶିବପାଲ ଯାଦବଙ୍କୁ ଭେଟିବା ପରେ ଅଖିଳେଶ ଯାଦବ ଫଟୋ ଶେୟାର କରି ଟୁଇଟରରେ ଲେଖିଛନ୍ତି, ନେତାଜୀ ଓ ଘରର ବଡ଼ମାନଙ୍କ ସହିତ ମୈନପୁରୀର ଜନତାଙ୍କ ଆଶୀର୍ବାଦ ମଧ୍ୟ ଆମ ସହିତ ଅଛି।
ସୂଚନାଯୋଗ୍ୟ, ଗତ ମାସରେ ସମାଜବାଦୀ ପାର୍ଟି (ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ଦେହାନ୍ତ ପରେ ମୈନପୁରୀ ଲୋକ ସଭା ଆସନ ଖାଲି ପଡିଥିଲା। ଡିସେମ୍ବର ୫ରେ ମୈନପୁରୀ ଉପନିର୍ବାଚନ ଅନୁଷ୍ଠିତ ହେବ। ଭୋଟ ଗଣନା ଡିସେମ୍ବର ୮ରେ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାନ୍ସଜେଣ୍ଡର ଆତ୍ମହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ମାରାଥନ ଜେରା

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ଗ୍ରାମର ବୁଲୁ ବିଷୋୟୀଙ୍କ ଘରୁ ଗତ ୧୨ ତାରିଖ ସକାଳେ କୋଟିନଡା ଗ୍ରାମର ଟ୍ରାନ୍ସଜେଣ୍ଡର ଅଜିତ...

ବିଶ୍ୱହିନ୍ଦୁ ପରିଷଦ କର୍ମକର୍ତ୍ତାଙ୍କ ବିକ୍ଷୋଭ

ଟିଟିଲାଗଡ଼,୨୧ା୪(ଶରତ ମିଶ୍ର): ଦେଶର ସଂସଦ ଦ୍ୱାରା ପାରିତ ୱାକଫ ବିଲକୁ ଆଳ କରି ପଶ୍ଚିମବଙ୍ଗରେ ହିନ୍ଦୁଙ୍କ ଉପରେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପକ୍ଷରୁ ଅତ୍ୟାଚାର, ହିଂସା, ପୋଡାଜଳା...

Chanakya Niti: ଏହି ୩ ହେଉଛନ୍ତି ମନୁଷ୍ୟର ପ୍ରକୃତ ବନ୍ଧୁ, ସାଙ୍ଗରେ ଥିଲେ ଟଳିଯାଏ ସବୁ ବିପଦ…

ଜୀବନରେ କେବଳ ଗୋଟିଏ ସତ୍ୟ ଅଛି। ସେଇଟି ହେଲା ଯାହାର ଜନ୍ମ ଅଛି ତାହାର ମୃତ୍ୟୁ ସୁନିଶ୍ଚିତ। ଏହା ମଝିର ଜୀବନଚକ୍ରରେ ମନୁଷ୍ୟ ନିଜର କର୍ମ...

ବିବାହ ବାର୍ଷିକୀରେ ଏମିତି କାମ କଲେ ଐଶ୍ୱର୍ଯ୍ୟା: ବଢୁଛି ଚର୍ଚ୍ଚା

ବଲିଉଡ୍‌ର ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ପାଇଁ ଗତ କିଛି ମାସ ଭଲ ନ ଥିଲା। ବଚ୍ଚନ ପରିବାର ମଧ୍ୟରେ...

ଚାଲିଥିଲା ବାହାଘର ପ୍ରସେଶନ: ହଠାତ କାଟିପକାଇଲେ ଯୁବକଙ୍କ ପାପୁଲି

ବେଗୁନିଆପଡା,୨୧।୪(ସୁଶାନ୍ତ ପଟ୍ଟନାୟକ): ବାହାଘର ପ୍ରସେଶନ ବେଳେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ଆକ୍ରମଣରେ ଯୁବକଙ୍କ ହାତ ପାପୁଲି ଛିଣ୍ଡ ଯାଇଥିବା ଜଣାପଡ଼ିଛି। ଏଭଳି ଘଟଣା ଘଟିଛି ଗଞ୍ଜାମ...

ମନ୍ଦିର ଯାଇ ଦୀପରୁ ଦୀପ ଲଗାଉଛନ୍ତି କି? ଜାଣନ୍ତୁ ଏପରି କରିବା କାହିଁକି ଭୁଲ…

ହିନ୍ଦୁ ଧର୍ମରେ ଦୀପ ଜଳାଇବାକୁ ନେଇ ଅନେକ ଧାର୍ମିକ ମହତ୍ତ୍ୱ ରହିଛି। ଦୀପ ଜଳାଇ ଯେହେତୁ ଆମେ ଦେବଦେବୀଙ୍କୁ ଆବାହନ କରିଥାଉ; ତେଣୁ ତାଙ୍କରି ଆଶୀର୍ବାଦରୁ...

ଅସମ୍ଭାଳ ତାତି, ଜନ ଜୀବନ ଅସ୍ତବ୍ୟସ୍ତ

ଧରାକୋଟ,୨୧ା୪ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଧରାକୋଟ ଅଞ୍ଚଳରେ ୪ ଦିନ ଧରି ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲେଣି। ୧୦ଟା ପରେ ବାହାରକୁ ବାହାରିବା...

ଇସ୍ରାଏଲ୍‌ରେ ଚାକିରି ଦେବା ନାଁରେ ଠକେଇ; ହୋଟେଲରେ ଚାଲିଥିଲା ନକଲି ନିଯୁକ୍ତି ମେଳା

ଭୁବନେଶ୍ୱର,୨୧।୪: କମିଶନରେଟ ପୋଲିସ ଇସ୍ରାଏଲରେ ଚାକିରୀ ଦେବାର ବାହାନାରେ ଅନେକ ଯୁବକଙ୍କୁ ଠକିବା ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କୁ ବାବୁଲାହରୀ ଗୌଡ଼, ମହେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image