Categories: ଜାତୀୟ

ବୋହୂ ଡିମ୍ପଲଙ୍କୁ ସମର୍ଥନ ଦେବାକୁ ଘୋଷଣା କଲେ ଶିବପାଲ

ଲକ୍ଷ୍ନୌ,୧୭।୧୧: ପ୍ରଗତିଶୀଳ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ଶିବପାଲ ସିଂ ଯାଦବ ତାଙ୍କ ସମର୍ଥକମାନଙ୍କୁ ମୈନପୁରୀ ଲୋକ ସଭା ଉପନିର୍ବାଚନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ତଥା ବୋହୂ ଡିମ୍ପଲ ଯାଦବଙ୍କୁ ସମର୍ଥନ କରିବାକୁ କହିଛନ୍ତି। ଏହା ପରେ ସମାଜବାଦୀ ପାର୍ଟି ସଭାପତି ତଥା ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଇଟାୱା ଠାରେ ଦାଦା ଶିବପାଲ ଯାଦବଙ୍କୁ ଭେଟିଥିଲେ। ଏହି ସମୟରେ ଡିମ୍ପଲ ମଧ୍ୟ ଉପସ୍ଥିତ ଥିଲେ। ଏହା ପରେ ଆଲୋଚନା ହେଉ ଯେ ଅଖିଳେଶ ଯାଦବ ଏବଂ ଦାଦା ଶିବପାଲ ଯାଦବଙ୍କ ମଧ୍ୟରେ ସବୁ ତିକ୍ତତା ଦୂର ହୋଇଯାଇଛି।

ଶିବପାଲ ଯାଦବଙ୍କୁ ଭେଟିବା ପରେ ଅଖିଳେଶ ଯାଦବ ଫଟୋ ଶେୟାର କରି ଟୁଇଟରରେ ଲେଖିଛନ୍ତି, ନେତାଜୀ ଓ ଘରର ବଡ଼ମାନଙ୍କ ସହିତ ମୈନପୁରୀର ଜନତାଙ୍କ ଆଶୀର୍ବାଦ ମଧ୍ୟ ଆମ ସହିତ ଅଛି।
ସୂଚନାଯୋଗ୍ୟ, ଗତ ମାସରେ ସମାଜବାଦୀ ପାର୍ଟି (ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ଦେହାନ୍ତ ପରେ ମୈନପୁରୀ ଲୋକ ସଭା ଆସନ ଖାଲି ପଡିଥିଲା। ଡିସେମ୍ବର ୫ରେ ମୈନପୁରୀ ଉପନିର୍ବାଚନ ଅନୁଷ୍ଠିତ ହେବ। ଭୋଟ ଗଣନା ଡିସେମ୍ବର ୮ରେ ଅନୁଷ୍ଠିତ ହେବ।

Share