Categories: ଜାତୀୟ

ବିଧାନସଭାରେ ଉପମୁଖ୍ୟମନ୍ତ୍ରୀଙ୍କ ଉପରେ ରାଗିଗଲେ ଅଖିଳେଶ

ଲକ୍ଷ୍ନୌ,୨୫।୫: ଉତ୍ତରପ୍ରଦେଶରେ ବିଧାନସଭା ଅଧିବେଶନ ଚାଲିଛି। ବୁଧବାର ଗୃହ ଭିତରେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ୟୁପି ବିଧାନସଭାରେ ବିରୋଧୀ ଦଳର ନେତା ଥିବା ଅଖିଳେଶ ଭାଜପା ସରକାର ଉପରେ ଟାର୍ଗେଟ୍‌ କରିଥିଲେ। ସେ ଯୋଗୀ ସରକାରଙ୍କୁ ‘ଇତିହାସର ସବୁଠାରୁ ବିଫଳ ସରକାର’ ବୋଲି ବର୍ଣ୍ଣନା କରିଥିଲେ। ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଅଖିଳେଶଙ୍କୁ କହିଥିଲେ, ୨୦୨୭ରେ ନିର୍ବାଚନରେ ପୁଣି ଥରେ ପଦ୍ମ ଫୁଟିବ। ରାସ୍ତା, ମେଟ୍ରୋ, ଏକ୍ସପ୍ରେସ ୱେ କିଏ ନିର୍ମାଣ କରିଛି … ଲାଗୁଛି ଜମି ବିକ୍ରୟ କରି ଆପଣ ଏହି ସବୁ ନିର୍ମାଣ କରିଛନ୍ତି। ଏହା ଶୁଣି ଅଖିଳେଶ ରାଗି ଯାଇ ସଙ୍ଗେ ସଙ୍ଗେ ନିଜ ଆସନରୁ ଉଠି କହିଥିଲେ, ‘ବୋଧହୁଏ ତୁମେ ଏହାକୁ ତିଆରି କରିବା ପାଇଁ ତୁମ ବାପାଙ୍କଠାରୁ ଟଙ୍କା ଆଣି ଦେଇଛ। ପରେ ଏସ୍‌ପି ନେତାମାନେ ଗୃହର ମଧ୍ୟଭାଗକୁ ଆସି ପାଟିତୁଣ୍ଡ କରିଥିଲେ। ବିଧାନସଭା ବାଚସ୍ପତି ମଧ୍ୟ ପରିବେଶକୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ।

 

Share