ଅଖିଳେଶ କରୋନା ଆକ୍ରାନ୍ତ

ଲକ୍ଷ୍ନୌ,୧୪।୪: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ବୁଧବାର ସକାଳେ ଅଖିଳେଶ ଟୁଇଟ କରି ସୂଚନା ଦେଇଛନ୍ତି। ପଜିଟିଭ ଚିହ୍ନଟ ହେବା ପରେ ଅଖିଳେଶ ନିଜକୁ ହୋମ୍‌ ଆଇସୋଲେଶନ୍‌ କରିନେଇଛନ୍ତି। ସୂଚନାଯୋଗ୍ୟ, ଗତ କିଛି ଦିନରୁ ସେ ଜ୍ୱରରେ ପୀଡ଼ିତ ଥିବା ବେଳେ ମଙ୍ଗଳବାର କରୋନା ପରୀକ୍ଷା କରାଇଥିଲେ। ବୁଧବାର ଆସିଥିବା ରିପୋର୍ଟରେ ତାଙ୍କର କରୋନା ପଜିଟିଭ୍‌ ବାହାରିଛି। ଏହାପରେ ସେ ଡାକ୍ତରଙ୍କ ପରାମର୍ଶକ୍ରମେ ହୋମ୍‌ ଆଇସୋଲେଶନ୍‌ରେ ରହି ଚିକିତ୍ସିତ ହେଉଛନ୍ତି। ତେବେ ଗତ କିଛିଦିନରୁ ଯେଉଁମାନେ ତାଙ୍କ ସମ୍ପର୍କରେ ଆସିଛନ୍ତି ସେମାନେ ନିଜର ଯାଞ୍ଚ କରିନେବା ସହ ଆଇସୋଲେଶନ୍‌ରେ ରହିବାକୁ ଅଖିଳେଶ ପରାମର୍ଶ ଦେଇଛନ୍ତି। ନିକଟରେ ଉତ୍ତରାଖଣ୍ଡ ହରିଦ୍ୱାରରେ ଆୟୋଜିତ ହୋଇଥିବା ମହାକୁମ୍ଭ ମେଳାରେ ଅଖିଳେଶ ନିଜ ସମର୍ଥକ ଓ ସାଧୁସନ୍ଥଙ୍କୁ ଭେଟିଥିଲେ।

Share