Categories: ଜାତୀୟ

ବୁନ୍ଦେଲଖଣ୍ଡରୁ ଟିକେଟ ପାଇଲେ ବୀରାପାନଙ୍କ ପୁଅ

ଲକ୍ଷ୍ନୌ,୩।୨: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଜଙ୍ଗଲ ଦସ୍ୟୁ ବୀରାପାନଙ୍କ ନାଁ ପୁଣି ଚର୍ଚ୍ଚାକୁ ଆସିଛି। ଉତ୍ତରପ୍ରଦେଶର ବୁନ୍ଦେଲଖଣ୍ଡ ଅଞ୍ଚଳରେ ବୀରାପାନ ନିଜ ପ୍ରଭାବ ବିସ୍ତାର କରି ଚନ୍ଦନ କାଠ ଚୋରି କରୁଥିଲେ। ଶେଷରେ ପୋଲିସ ବୀରାପାନଙ୍କୁ ଏନ୍‌କାଉଣ୍ଟର କରିଥିଲା। ଏନ୍‌କାଉଣ୍ଟରକୁ ୧୪ ବର୍ଷ ବିତିଯାଇଥିଲେ ମଧ୍ୟ ବୁନ୍ଦେଲଖଣ୍ଡ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ବୀରାପାନଙ୍କ ପରିବାର ପ୍ରତି ଲୋଙ୍କ ଭଲପାଇବା ରହିଛି । ଏହାକୁ ଦୃଷ୍ଟିରେ ରଖି ଚଳିତ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି(ଏସ୍‌ପି) ବୀରାପାନଙ୍କ ପୁଅ ଏବଂ ଭଣଜାଙ୍କୁ ଟିକେଟ ଦେଇଛି । ବୀରାପାନଙ୍କ ପୁଅ ବୀରସିଂ ପଟେଲଙ୍କୁ ମାନିକପୁର ବିଧାନସଭା ନିର୍ବାଚନୀମଣ୍ଡଳିରୁ ଏସ୍‌ପି ପ୍ରାର୍ଥୀ କରିଥିବା ବେଳେ ଭଣଜା ରାମସିଂ ପଟେଲଙ୍କୁ ପ୍ରତାପଗଡ଼ ବିଧାନସଭା ଆସନରୁ ପ୍ରାର୍ଥୀ କରାଯାଇଛି।

ସୂଚନା ଯୋଗ୍ୟ, ବୀରସିଂ ପଟେଲ ଏବଂ ରାମସିଂ ପଟେଲ ୨୦୧୨ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟିରୁ ଟିକେଟରୁ ବିଜୟୀ ହୋଇଥିଲେ। ହେଲେ ୨୦୧୭ ନିର୍ବାଚନରେ ଉଭୟ ଭାଜପା ପ୍ରାର୍ଥୀଙ୍କ ଠାରୁ ପରାଜିତ ହୋଇଥିଲେ। ଏହି ୨ଟି ନିର୍ବାଚନମଣ୍ଡଳୀରେ ଫେବୃଆରୀ ୨୭ରେ ଭୋଟ ଗ୍ରହଣ ହେବ। ପିତା ବୀରାପାନଙ୍କ ମୃତ୍ୟୁ ପରେ ବୀରସିଂ ରାଜନୀତିକୁ ଆସିଥିଲେ।

Share