Categories: ଜାତୀୟ

ଅଖିଳେଶଙ୍କ ପାଖରେ ଅଛି ୪୦ କୋଟିରୁ ଅଧିକ ସମ୍ପତ୍ତି; ହେଲେ ନାହିଁ ଗୋଟିଏ ବି କାର୍‌

ଲକ୍ଷ୍ନୌ,୫।୨: ଆଗକୁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ। ଏଥିପାଇଁ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମେନପୁରୀର କରହଲ ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ସେ ନିଜ ସମ୍ପତ୍ତିର ସବିଶେଷ ତଥ୍ୟ ଦେଇଛନ୍ତି। ଜାଣି ଆଶ୍ଚର୍ଯ୍ୟ ହେବେ ଅଖିଳେଶ ଏବଂ ତାଙ୍କ ସ୍ତ୍ରୀଙ୍କ ନାମରେ ଗୋଟିଏ କାର୍‌ ନାହିଁ।

ଅଖିଳେଶ-ଡିମ୍ପଲଙ୍କ ମୋଟ ୪୦.୦୨ କୋଟିର ସମ୍ପତ୍ତି ରହିଛି। ହେଲେ ତାଙ୍କର କୌଣସି କାର୍‌ ନାହିଁ। ବ୍ୟାଙ୍କ ଆକାଉଣ୍ଟରେ ତାଙ୍କର ୮.୪୩ କୋଟି ଟଙ୍କା ଅଛି। ଅଖିଳେଶଙ୍କର ୮.୪୩ କୋଟି ଟଙ୍କା ଏବଂ ଡିମ୍ପଲଙ୍କର ୪.୭୬କୋଟି ଟଙ୍କା ମୂଲ୍ୟର ସ୍ଥାବର ସମ୍ପତ୍ତି ଅଛି। ଅଖିଳେଶଙ୍କର ୧୭.୨୨ କୋଟି ଟଙ୍କାର ଏବଂ ଡିମ୍ପଲଙ୍କ ୯.୬୧ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ଅଛି। ଏହାଛଡ଼ା ଉଭୟଙ୍କର ୧୭.୯୩ ଏକରର ଜମି ମଧ୍ୟ ରହିଛି।

ଅଖିଳେଶ ଆଫିଡେଭିଟରେ କହିଛନ୍ତି, ତାଙ୍କର ୨୮.୯୭ ଲକ୍ଷ ଟଙ୍କା ଋଣ ଥିବାବେଳେ ତାଙ୍କ ପତ୍ନୀ ଡିମ୍ପଲଙ୍କର ୧୪.୨୬ ଲକ୍ଷ ଟଙ୍କା ଋଣ ଅଛି। ଅଖିଳେଶ ଯାଦବ ତାଙ୍କର ବାର୍ଷିକ ରୋଜଗାର ବିଷୟରେ ମଧ୍ୟ କହିଛନ୍ତି। ତାଙ୍କର ବାର୍ଷିକ ଆୟ ହେଉଛି ୮୩.୯୮ ଲକ୍ଷ ଏବଂ ଡିମ୍ପଲଙ୍କର ୫୮.୯୨ ଲକ୍ଷ ଟଙ୍କା। ଅଖିଳେଶ ଯାଦବଙ୍କର ୭୬,୦୧୫ ଟଙ୍କାର ଫୋନ ଅଛି। ୫.୩୪ ଲକ୍ଷ ଟଙ୍କା ମୂଲ୍ୟର ବ୍ୟାୟାମ ମେଶିନ ତାଙ୍କ ଘରେ ରହିଛି। ଏଥିସହିତ ତାଙ୍କ ସ୍ତ୍ରୀଙ୍କ ପାଖରେ ୧.୨୫ ଲକ୍ଷ ଟଙ୍କା, ୨୭୭୪ ଗ୍ରାମ ସୁନା ଏବଂ ୫୯ ଲକ୍ଷ ୭୬ ହଜାର ୬୮୭ ଟଙ୍କାର ହୀରା ରହିଛି। ସେ ତାଙ୍କ ପିତା ମୁଲାୟମ ସିଂ ଯାଦବଙ୍କୁ ୨.୧୩ କୋଟି ଟଙ୍କା ଋଣ ଦେଇଥିବା ଉଲ୍ଲେଖ କରିଛନ୍ତି।

Share