Categories: ଜାତୀୟ

ଯୋଗୀଙ୍କୁ ଶୁଭେଚ୍ଛା ଜଣାଇ ଭାଜପାକୁ ଟାର୍ଗେଟ କଲେ ଅଖିଳେଶ

ଲକ୍ଷ୍ନୌ,୨୫।୩: ଯୋଗୀ ସରକାରଙ୍କ ଶପଥ ଗ୍ରହଣ ସମାରୋହ ପରେ ଏସ୍‌ପି ଅଧ୍ୟକ୍ଷ ଅଖିଳେଶ ଯାଦବ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ ଟୁଇଟ କରି କହିଛନ୍ତି, ଏସ୍‌ପି ଦ୍ୱାରା ନିର୍ମିତ ହୋଇଥିବା ଷ୍ଟାଡିୟମରେ ଶପଥ ଗ୍ରହଣ କରିଥିବା ନୂତନ ସରକାରଙ୍କୁ ଅଭିନନ୍ଦନ। କେବଳ ସରକାର ଗଠନ ପାଇଁ ନୁହେଁ, ଲୋକଙ୍କ ପ୍ରକୃତ ସେବା ପାଇଁ ମଧ୍ୟ ଶପଥ ଗ୍ରହଣ କରାଯିବା ଉଚିତ ବୋଲି ଅଖିଳେଶ ଯାଦବ କହିଛନ୍ତି। ସୂଚନାଯୋଗ୍ୟ, ଅଖିଳେଶ ଯାଦବଙ୍କ କାର୍ଯ୍ୟକାଳ ମଧ୍ୟରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏକାନା ଷ୍ଟାଡିୟମରେ ନିର୍ମାଣ କରାଯାଇଥିଲା। ତେବେ ଏହି ଷ୍ଟାଡିୟମ୍‌ରେ ଶୁକବ୍ରାର ଅପରାହ୍ନ ୪ଟା ୧୫ରେ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଯୋଗୀ ସରକାରରେ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବ୍ରଜେଶ ପାଠକଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଛି।

Share