Categories: ଜାତୀୟ

ନିର୍ବାଚନ ପୂର୍ବରୁ ଏକାଠି ହେବେ ମୂଲାୟମଙ୍କ ପରିବାର!

ଲକ୍ଷ୍ନୌ,୩।୧୧:ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂ ଯାଦଙ୍କ ପରିବାର ଏକାଠି ହେବାକୁ ଯାଉଛନ୍ତି। ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ସବୁ ଝଗଡା ଭୁଲି ଦାଦାଙ୍କ ଦଳ ସହ ମିଶିବାକୁ ଯାଉଛନ୍ତି। ପ୍ରତିବର୍ଷ ଭଳି ଏସପି ରାଷ୍ଟ୍ରୀୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ତାଙ୍କ ଗାଁ ସୈଫଇରେ ଦୀପାବଳି ପାଳନ ପାଇଁ ପହଞ୍ଚିଛନ୍ତି। ଦୀପାବଳୀରେ ଦାଦା ଶିବପାଲଙ୍କୁ ଅଖିଳେଶ ଏକ ବଡ ଉପହାର ଦେଇଛନ୍ତି। ଏହି ଅବସରରେ ଅଖିଳେଶ କହିଛନ୍ତି ଯେ ୨୦୨୨ ମସିହାରେ ହେବାକୁ ଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଶିବପାଲଙ୍କ ଦଳ ଏବଂ ସମସ୍ତ ଛୋଟ ଏବଂ ଆଞ୍ଚଳିକ ଦଳ ସହ ମେଣ୍ଟ କରିବ। ଦଳରେ ଦାଦାଙ୍କର ସମ୍ପୂର୍ଣ୍ଣ ସମ୍ମାନ ରହିବ ବୋଲି ସେ କହିଛନ୍ତି।

Share