Categories: ଜାତୀୟ

ଜେଲ୍‌ରୁ ମୁକୁଳିବା ପରେ ପ୍ରଥମ ଥର ଆଜମଙ୍କୁ ଭେଟିଲେ ଅଖିଳେଶ

ନୂଆଦିଲ୍ଲୀ,୧।୬: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ବୁଧବାର ସକାଳେ ଦିଲ୍ଲୀରେ ପହଞ୍ଚି ଦଳର ବରିଷ୍ଠ ନେତା ଆଜମ ଖାନଙ୍କୁ ଭେଟିଛନ୍ତି। ଆଜମ ଖାନ ଅନ୍ତରୀଣ ଜାମିନରେ ଜେଲ୍‌ରୁ ମୁକୁଳିବା ପରେ ଏହା ଦୁଇ ନେତାଙ୍କ ପ୍ରଥମ ସାକ୍ଷାତକାର। ଏହାପୂର୍ବରୁ ଅଖିଳେଶ ଯାଦବ ଏବଂ ଆଜମ ଖାନଙ୍କ ମଧ୍ୟରେ ତିକ୍ତତା ଏବଂ ମନାନ୍ତର ରହିଛି ବୋଲି ଚର୍ଚ୍ଚା ହେଉଥିଲା। ସୂଚନାଯୋଗ୍ୟ, ଶନିବାର ବିଳମ୍ବିତ ରାତିରେ ଏସ୍‌ପି ବିଧାୟକ ଆଜମ ଖାନଙ୍କୁ ଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥିଲା। ପରେ ତାଙ୍କୁ ଦିଲ୍ଲୀର ସର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି।

Share