Categories: ଜାତୀୟ

ହସ୍ପିଟାଲରେ ଆଜମଙ୍କୁ ଭେଟିଲେ ଅଖିଳେଶ

ଲକ୍ଷ୍ନୌ,୪।୮: ସମାଜବାଦୀ ପାର୍ଟି(ଏସ୍‌ପି) ନେତା ତଥା ପୂର୍ବତନ ମନ୍ତ୍ରୀ ଆଜମ ଖାଁଙ୍କୁ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ବୁଧବାର ତାଙ୍କୁ ଲକ୍ଷ୍ନୌ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ଗୁରୁତର ହେବାରୁ ଗୁରୁବାର ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ମେଦାନ୍ତର କ୍ରିଟିକାଲ କେୟାର ଟିମ୍‌ ଆଜମ ଖାଁଙ୍କ ଚିକିତ୍ସା କରୁଥିବା ଜଣାପଡ଼ିଛି। ଇତିମଧ୍ୟରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଗୁରୁବାର ସନ୍ଧ୍ୟାରେ ଆଜମ୍‌ ଖାଁଙ୍କୁ ଭେଟିବା ପାଇଁ ମେଦାନ୍ତ ହସ୍ପିଟାଲରେ ପହଞ୍ଚିଥିଲେ। ସେଠାରେ ଅଖିଳେଶ ଆଜମଙ୍କୁ ଭେଟି ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିଲେ। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି ଏବଂ ସେ ପୂର୍ବାପେକ୍ଷା ଭଲ ଅଛନ୍ତି ବୋଲି ଡାକ୍ତର କହିଛନ୍ତି। ଏନେଇ ଅଖିଳେଶ ହସ୍ପିଟାଲରୁ ବାହାରକୁ ଆସିବା ପରେ ଗଣମାଧ୍ୟକୁ ସୂଚନା ଦେଇଛନ୍ତି।

Share