Categories: ଜାତୀୟ

‘ଇଣ୍ଡିଆ’ ବୈଠକରେ ସାମିଲ ହେବାକୁ ମୁମ୍ବାଇରେ ପହଞ୍ଚିଲେ ଅଖିଳେଶ

ମୁମ୍ବାଇ,୩୧।୮: ଲୋକ ସଭା ନିର୍ବାଚନ ପୂର୍ବରୁ ଗଠିତ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ତୃତୀୟ ବୈଠକ ମୁମ୍ବାଇରେ ଅନୁଷ୍ଠିତ ହେବ। ଦୁଇ ଦିନିଆ ବୈଠକ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଚାଲିବ। ‘ଇଣ୍ଡିଆ’ର ବୈଠକରେ ସାମିଲଦେବା ପାଇଁ ଏସପି ମୁଖ୍ୟ ଅଖିଳେଶ ଯାଦବ ତାଙ୍କ ଏମ୍‌ପି ପତ୍ନୀ ଡିମ୍ପଲ ଯାଦବଙ୍କ ସହ ମୁମ୍ବାଇରେ ପହଞ୍ଚିଛନ୍ତି। ୨୮ ଟି ରାଜନୈତିକ ଦଳର ୬୩ ପ୍ରତିନିଧୀ ମୁମ୍ବାଇରେ ଅନୁଷ୍ଠିତ ତୃତୀୟ ବୈଠକରେ ଯୋଗ ଦେଉଛନ୍ତି।

 

Share