Posted inଜାତୀୟ

ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଏମିତି କହିଲେ ଅଖିଳେଶ ଯାଦବ, ମୁଁ ସବୁ…

ନୂଆଦିଲ୍ଲୀ,୨୭ା୬: ୧୮ତମ ଲୋକ ସଭାର ଚତୁର୍ଥ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପାର୍ଲାମେଣ୍ଟର ଉଭୟ ଗୃହ ରାଜ୍ୟ ସଭା ଏବଂ ଲୋକ ସଭାକୁ ସମ୍ବୋଧିତ କରିଛନ୍ତି। ଏହାପୂର୍ବରୁ ସମାଜବାଦୀ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କନୌଜର ଏମ୍‌ପି ଅଖିଳେଶ ଯାଦବ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ଏହା ସରକାରଙ୍କ ଭାଷଣ ବୋଲି କହିଛନ୍ତି। ସେ କହିଛନ୍ତି, ଏହା ଏକ ପରମ୍ପରା ଏବଂ ଏମିତି ସବୁବେଳେ ହୁଏ। ମୁଁ ସବୁ ଶୁଣିଛି। ଏହା ସରକାରଙ୍କ ଭାଷଣ।

ଉଭୟ ଗୃହକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି, ଦୀର୍ଘ ୬ ଦଶନ୍ଧି ପରେ ଦେଶରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ସହିତ ଏକ ସ୍ଥିର ସରକାର ଗଠନ କରିଛି ଭାଜପା। ଲୋକମାନେ ତୃତୀୟ ଥର ପାଇଁ ଏହି ସରକାର ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି। ଲୋକମାନେ ଜାଣନ୍ତି ଯେ, କେବଳ ଏହି ସରକାର ସେମାନଙ୍କର ଆଶା ଆକାଂକ୍ଷା ପୂରଣ କରିପାରିବ। । ୧୮ ତମ ଲୋକ ସଭା ଅନେକ ଉପାୟରେ ଐତିହାସିକ ଲୋକ ସଭା ଅଟେ। ଏହି ଲୋକ ସଭା ଆସନ୍ତା ଅଧିବେଶନରେ କାର୍ଯ୍ୟକାଳର୫୬ ତମ ବର୍ଷକୁ ମଧ୍ୟ ସାକ୍ଷୀ ଦେବ। ଏହି ବଜେଟ୍‌ ଯାଉଛି ସରକାରଙ୍କ ସୁଦୂର ପ୍ରସାରୀ ନୀତି ଏବଂ ଭବିଷ୍ୟତର ଦୂରଦୃଷ୍ଟିର ଏକ ପ୍ରଭାବଶାଳୀ ଡକ୍ୟୁମେଣ୍ଟ ହେବାକୁ ଏହି ବଜେଟରେ ଅନେକ ଐତିହାସିକ ପଦକ୍ଷେପ ମଧ୍ୟ ଦେଖାଯିବ।

ରାଷ୍ଟ୍ରପତି କହିଛନ୍ତି, ‘ମୋ ସରକାର ଅର୍ଥନୀତିର ତିନୋଟି ସ୍ତମ୍ଭ – ଉତ୍ପାଦନ, ସେବା ଏବଂ କୃଷି ପ୍ରତି ସମାନ ଗୁରୁତ୍ୱ ଦେଉଛନ୍ତି। ପିଏଲ୍‌ଆଇ ଯୋଜନା ଏବଂ ବ୍ୟବସାୟ କରିବାର ସହଜତା ବହୁ ପରିମାଣରେ ପୁଞ୍ଜି ବିନିଯୋଗ ଏବଂ ନିଯୁକ୍ତି ସୁଯୋଗ ବୃଦ୍ଧି କରୁଛି। ପାରମ୍ପାରିକ କ୍ଷେତ୍ର ସହିତ ସନ୍‌ରାଇଜ୍‌ ସେକ୍ଟରକୁ ବି ମିଶନ ମୋଡରେ ପଦୋନ୍ନତି ଦିଆଯାଉଛି।’


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଗାନ୍ଧୀଙ୍କ ଭାଷଣର ଅନେକ ଭାଗକୁ ରେକର୍ଡରୁ ହଟାଇ ଦିଆଯାଇଛି

ନୂଆଦିଲ୍ଲୀ,୨।୭: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ସୋମବାର ଲୋକ ସଭାକୁ ସମ୍ବୋଧିତ କରି ଦେଇଥିବା ଅନେକ ମନ୍ତବ୍ୟ ରେକର୍ଡରୁ କାଟି ଦିଆଯାଇଛି। ସୂଚନାଯୋଗ୍ୟ, ରାହୁଲ...

ୟୁପିରେ କାହିଁକି ମାଟି କାମୁଡିଲା ଭାଜପା: ସାମ୍ନାକୁ ଆସିଲା ବଡ଼ କାରଣ

ନୂଆଦିଲ୍ଲୀ,୨।୭: ଲୋକ ସଭା ନିର୍ବାଚନରେ ଭାଜପା ଆଶାନୁରୂପ ପ୍ରଦର୍ଶନ କରି ନ ଥିଲା। ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଏବଂ ରାଜସ୍ଥାନ ଭଳି ବଡ ରାଜ୍ୟରେ ଦଳର ପ୍ରଦର୍ଶନ...

ପ୍ରଭୁ ଜଗନ୍ନାଥଙ୍କୁ ସଂସଦରେ ଏମିତି କଥା କହିଦେଲେ ସମ୍ବିତ ପାତ୍ର: ସମସ୍ତେ କଲେ ବାଃ ବାଃ

ନୂଆଦିଲ୍ଲୀ,୨।୭: ପୁରୀରୁ ପ୍ରଥମଥର ପାଇଁ ଲୋକ ସଭା ଏମ୍‌ପି ହୋଇଥିବା ସମ୍ବିତ ପାତ୍ର ସଂସଦରେ ପ୍ରଭୁ ଜଗନ୍ନାଥଙ୍କ ମହିମା ଗାନ କରିଛନ୍ତି। ସେ ନିଜକୁ ଓଡ଼ିଶାବାସୀ...

ଗୋଟିଏ ପରିବାରର ୫ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ଖେଳିଗଲା ଚାଞ୍ଚଲ୍ୟ

ଭୋପାଳ,୨।୭: ମଧ୍ୟପ୍ରଦେଶର ଅଲିରାଜପୁର ଜିଲାରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଏଠାରେ ଗୋଟିଏ ପରିବାରରେ ପାଞ୍ଚ ଜଣଙ୍କ ମୃତଦେହ ବନ୍ଦ ଘରେ ଝୁଲୁଥିବା ଦେଖିବାକୁ ମିଳିଛି।...

ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ବିରୋଧରେ ଏନ୍‌ବିଡବ୍ଲ୍ୟୁ ଜାରି

ମୁମ୍ବାଇ,୨।୭: ମୁମ୍ବାଇର ଏକ ସ୍ବତନ୍ତ୍ର କୋର୍ଟ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି। ଏହି ଜାମିନବିହୀନ ୱାରେଣ୍ଟ ବିଜୟ...

କେଉଁଠି ନଇଁଲେ, କେଉଁଠି ସିଧା

ନୂଆଦିଲ୍ଲୀ,୨ା୭ (ପି.ଟି.):ଲୋକ ସଭାରେ ସୋମବାର ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଲୋଚନା ବେଳେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ବାଚସ୍ପତି ଓମ୍‌...

ଏନ୍‌ଇଇଟି ପ୍ରସଙ୍ଗ ଆଲୋଚନା ଦାବିରେ ବିରୋଧୀଙ୍କ କକ୍ଷତ୍ୟାଗ

ନୂଆଦିଲ୍ଲୀ,୨ା୭(ପି.ଟି.): ଲୋକ ସଭାରେ ସୋମବାର ବିରୋଧୀ ସଦସ୍ୟମାନେ ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌ ପ୍ରସଙ୍ଗରେ ସ୍ବତନ୍ତ୍ର ଭାବେ ଗୋଟିଏ ଦିନ ଆଲୋଚନା ଦାବି କରିଥିଲେ। ଏଥିପାଇଁ ସରକାରଙ୍କଠାରୁ...

ମାନହାନି ମାମଲା: ୫୦ ଲକ୍ଷ କ୍ଷତିପୂରଣ ଦେବାକୁ ଟିଏମ୍‌ସି ନେତାଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨ା୭(ପି.ଟି.): ଏକ ମାନହାନି ମାମଲାରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତା ସାକେତ୍‌ ଗୋଖଲେଙ୍କୁ ଏଥିପାଇଁ ପୂର୍ବତନ କୂଟନୀତିଜ୍ଞ ଲକ୍ଷ୍ମୀ ମୁର୍ଦେଶ୍ୱର ପୁରୀଙ୍କୁ କ୍ଷମା ମାଗିବା ସହ ୫୦...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri