ନୂଆଦିଲ୍ଲୀ, ୨୩।୭: ଦେଶରେ ସାଧାରଣ ନିର୍ବାଚନ ପରେ ତୃତୀୟ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ଼୍ବରେ ଏନ୍ଡିଏ ସରକାର ଗଠନ ହୋଇଛି । ଗତକାଲି ଅର୍ଥାତ ସୋମବାର ଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଆଜି ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୩.୦ ସରକାରର ପୂର୍ଣ୍ଣ ବଜେଟ୍ ଉପସ୍ଥାପନ କରିବେ । ସାରା ଦେଶର ନଜର ଆଜିର ବଜେଟ୍ ଉପରେ ରହିଛି । ବିଭିନ୍ନ ରାଜ୍ୟ ଅପେକ୍ଷା କରି ରହିଛନ୍ତି ।
ତେବେ ବଜେଟ୍ରେ ଭାଗ ନେବା ପାଇଁ ଅଖିଲେଶ ଯାଦବ ସଂସଦ ଗୃହରେ ପହଞ୍ଚିଛନ୍ତି । ବଜେଟ୍ ପୂର୍ବରୁ ସେ କହିଛନ୍ତି ଯେ ଦେଶରେ ବହୁ ମାତ୍ରାରେ ବେରୋଜଗାର ବୃଦ୍ଧି ପାଇ ଚାଲିଛି । ୫ମ ବଡ଼ ଅର୍ଥ ବ୍ୟବସ୍ଥା ହୋଇ କିଛି ଫାଇଦା ନାହିଁ । ତେବେ କୃଷକଙ୍କୁ ନେଇ ଏକ ପ୍ରଶ୍ନରେ ସେ କହିଛନ୍ତି ଯେ ୧୦ ବର୍ଷ ମଧ୍ୟରେ କୌଣସି ଆଶା ନଥିଲା କି ଚଳିତ ବର୍ଷ ମଧ୍ୟ କୌଣସି ଆଶା ନାହିଁ ।