Categories: ଜାତୀୟ

ଅଖିଳେଶଙ୍କ ସାଇକେଲ ଯାତ୍ରା

ଲକ୍ଷ୍ନୌ,୫ ।୮: ସମାଜବାଦୀ ଆନ୍ଦୋଳନର ବରିଷ୍ଠ ନେତା ଜନେଶ୍ୱର ମିଶ୍ରଙ୍କର ଜୟନ୍ତି ଅବସରେରେ ସାଇକେଲ ଯାତ୍ରାରେ ବାହାରିଥିଲେ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ । ଗୁରୁବାର ସେ ଏହି ରାଲିରେ ବାହାରିବା ପୂର୍ବରୁ କେତେଜଣ ଖବରଦାତାଙ୍କ ପଶ୍ନର ଉତ୍ତର ଦେଇଥିଲେ । ତେବେ ୨୦୨୨ରେ ଉତ୍ତର ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ତାଙ୍କ ଦଳ ୪୦୦ ଆସନରେ ବିଜୟ ଲାଭ କରିବ ବୋଲି ସେ କହିଛନ୍ତି । କାରଣ ଭାରତୀୟ ଜନତା ପାର୍ଟି(ଭାଜପା) ଉପରୁ ଜନତାଙ୍କ ବିଶ୍ୱାସ ତୁଟି ଗଲାଣି । ଭାଜପା ସରକାର ଜନତାଙ୍କୁ ଧୋକା ଦେଇଛନ୍ତି । ଭାଜପା ଏବେ ଅପରାଧିଙ୍କ ଗନ୍ତାଘର । ଏମାନଙ୍କ ପାଇଁ ରାଜନୀତି ଏବେ ବ୍ୟବସାୟ ପାଲଟି ଗଲାଣି । ଭାଜପା ସରକାର କରୋନା ମହାମାରୀ ସମୟରେ ଲୋକଙ୍କୁ ସାହାଯ୍ୟ କରିନାହିଁ ଫଳରେ ବହୁ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହୋଇଛି । ଏହାପରେ ଅଖିଳେଶ ସାଇକେଲ ଯାତ୍ରାରେ ବାହାରି ଯାଇଥିଲେ ।

Share