Categories: ଜାତୀୟ

‘ବେକାରୀ-ମୁଦ୍ରାସ୍ଫୀତି, କୃଷକ-ମହିଳା-ଯୁବକଙ୍କ ପ୍ରସଙ୍ଗ ଗାଏବ’, ବଜେଟକୁ ନେଇ ଅଖିଳେଶଙ୍କ ବଡ଼ ଅଭିଯୋଗ

ନୂଆଦିଲ୍ଲୀ,୨୩।୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ମୋଦି ୩.୦ର ପ୍ରଥମ ବଜେଟ ଉପସ୍ଥାପନ କରିଛନ୍ତି। ଭାଜପା ନେତା ଏବଂ ଏହାର ସହଯୋଗୀମାନେ ମୋଦି ସରକାରଙ୍କ ପ୍ରଥମ ବଜେଟକୁ ପ୍ରଶଂସା କରୁଛନ୍ତି। ହେଲେ ବିରୋଧୀ ଦଳର ନେତାମାନେ ମୋଦି ସରକାର ଉପରେ ଆକ୍ରମଣ କରୁଛନ୍ତି। ଏହି କ୍ରମରେ ଉତ୍ତରପ୍ରଦେଶର ପୂର୍ବତନ ସିଏମ ଏବଂ କନ୍ନୌଜର ଏମ୍‌ପି ଅଖିଳେଶ ଯାଦବ ମୋଦି ସରକାରଙ୍କ ବିରୋଧରେ ଏକ ବଡ ଅଭିଯୋଗ କରିଛନ୍ତି।

ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ମୋଦି ୩.୦ର ପ୍ରଥମ ବଜେଟକୁ କଡ଼ା ଟାର୍ଗେଟ କରିଛନ୍ତି। ସେ ଟୁଇଟ୍‌ କରି ଲେଖିଛନ୍ତି , ବଜେଟରେ ବେକାରୀ-ମୁଦ୍ରାସ୍ଫୀତି, କୃଷକ-ମହିଳା-ଯୁବକଙ୍କ ପ୍ରସଙ୍ଗ ଗାଏବ ହୋଇଯାଇଛି।

ଅନ୍ୟପଟେ ଅଖିଳେଶ ଯାଦବଙ୍କ ବନ୍ଧୁ ତଥା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ମଧ୍ୟ ମୋଦି ସରକାରଙ୍କ ଏହି ବଜେଟ ଉପରେ ଆକ୍ରମଣ କରିଛନ୍ତି। ରାହୁଲ କହିଛନ୍ତି ଯେ, ତାଙ୍କ ସହଯୋଗୀମାନଙ୍କୁ ଖୁସି କରିବା ପାଇଁ ଏହି ବଜେଟ ଅଣାଯାଇଛି। ଏଥିରୁ ଆଦାନୀ ଏବଂ ଅମ୍ବାନୀ ଉପକୃତ ହେବେ, କିନ୍ତୁ ଭାରତୀୟମାନେ ଏହି ବଜେଟରୁ କୌଣସି ଲାଭ ପାଇବେ ନାହିଁ। ସେ ମୋଦି ୩.୦ର ପ୍ରଥମ ବଜେଟକୁ କପି ପେଷ୍ଟ ବୋଲି କହିଛନ୍ତି।

Share