Categories: ଜାତୀୟ

ମମତାଙ୍କୁ ସମର୍ଥନ କଲେ ଅଖିଳେଶ, ଯୋଗୀଙ୍କୁ ଦେଲେ ଜବାବ

ଲକ୍ଷ୍ନୌ,୧୪।୭: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଦେଇଥିବା ବୟାନକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ଅଖିଳେଶ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ସୁଦୂର ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନକୁ ନେଇ ବଡ ଚିନ୍ତା। ହେଲେ ଭାଜପାର ପୃଷ୍ଠପୋଷକତାରେ ଉତ୍ତର ପ୍ରଦେଶରେ ଆୟୋଜିତ ପ୍ରତ୍ୟେକ ନିର୍ବାଚନରେ ସ୍ବାଧୀନତା ଏବଂ ନିଷ୍ପକ୍ଷର ଗଳାକୁ ଦବାଇ ଦିଆଯାଇଛି। ଅଖିଳେଶ ଗୁରୁବାର ଏକ ବୟାନରେ କହିଛନ୍ତି ଯେ ଉତ୍ତରପ୍ରଦେଶରେ ପଞ୍ଚାୟତ ନିର୍ବାଚନରେ ବିରୋଧୀଙ୍କ ଭୋଟ ଉପରେ ଖୋଲା ଡକାୟତି ହୋଇଛି। ଏହି ନିର୍ବାଚନରେ ଭୋଟରଙ୍କ ସହ ଭାଜପା ଦ୍ୱାରା କରାଯାଇଥିବା ବାଧ୍ୟବାଧକତାକୁ କିପରି ଅଣଦେଖା କରାଯାଇପାରିବ ବୋଲି ସେ ପ୍ରଶ୍ନ କରିଛନ୍ତି।
େtସଆହୁରି ମଧ୍ୟ କହିଛନ୍ତି ଯେ ଉତ୍ତରପ୍ରଦେଶରେ ଭାଜପା ଗଣତନ୍ତ୍ରକୁ ହତ୍ୟା କରିଛି। ଏଠାରେ ସରକାର ପୋଲିସ ପ୍ରଶାସନ ଏବଂ ଅର୍ଥ ଶକ୍ତି ସହିତ ଗଣତନ୍ତ୍ରକୁ ଅପହରଣ କରିଛନ୍ତି। ଗତ ୬ବର୍ଷ ମଧ୍ୟରେ ଉତ୍ତରପ୍ରଦେଶ ପଞ୍ଚାୟତ, ପୌରସଂସ୍ଥା ତଥା ବ୍ଲକ ମୁଖ୍ୟ, ଜିଲ୍ଲା ପଞ୍ଚାୟତ ସଭାପତି ନିର୍ବାଚନରେ ବହୁ ଭୋଟ ଲୁଟ ହୋଇଥିଲା। ପ୍ରାର୍ଥୀ ଏବଂ ସେମାନଙ୍କ ସମର୍ଥକଙ୍କୁ ଧମକ ଦିଆଯାଇଥିଲା। ସେମାନଙ୍କୁ ଭୋଟ ଦେବାକୁ ଅନୁମତି ଦିଆଯାଇ ନ ଥିଲା, ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଜବରଦଖଲ କରି ନିଆଯାଇଥିଲା। ଭାଜପା ଶାସନ କାଳରେ ଉତ୍ତର ପ୍ରଦେଶରେ ପଞ୍ଚାୟତ ନିର୍ବାଚନରେ ଗୁଳି ବିନିମୟ ହୋଇଥିଲା, ବୋମା ଫିଙ୍ଗି ଦିଆଯାଇଥିଲା, ବାଲାଟ ବାକ୍ସ ଲୁଟ କରାଯାଇଥିଲା, ମହିଳାମାନଙ୍କ ଶାଢୀ ଛିଣ୍ଡାଯାଇଥିଲା ଏବଂ ରକ୍ତପାତ ପର୍ଯ୍ୟନ୍ତ ସଂଗ୍ରାମ ହୋଇଥିଲା। ଭାଜପା ଦ୍ୱାରା କ୍ଷମତାର ଅପବ୍ୟବହାର ହେତୁ ଗଣତନ୍ତ୍ର କ୍ଷୁର୍ଣ୍ଣ ହୋଇଛି ବୋଲି ଅଭିଯୋଗ କରିଛନ୍ତି ଅଖିଳେଶ।

Share