Categories: ଜାତୀୟ

ସମାଜବାଦୀ ଗଡ଼ରୁ ଲଢ଼ିପାରନ୍ତି ଅଖିଳେଶ

ଲକ୍ଷ୍ନୌ,୨୦।୧: ସମାଜବଦା ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ଉତ୍ତରପ୍ରଦେଶ ନିର୍ବାଚନ ମଣ୍ଡଳୀ କର୍ହାଲରୁ ଲଢ଼ିବେ। ଏହି ଆସନ ସମାଜବାଦୀ ପାର୍ଟିର ଗଡ଼ ଭାବେ ଜଣାଶୁଣା। ଅଖିଳେଶ ଏହି ନିର୍ବାଚନ ମଣ୍ଡଳୀରୁ ଲଢ଼ିବାର ଅର୍ଥ ସେ ଗୋଟିଏ ଆସନରେ ବାନ୍ଧି ନ ହୋଇ ପୂରା ରାଜ୍ୟରେ ଦଳର ପ୍ରଚାର ଭାର ସମ୍ଭାଳିବେ।

କର୍ହାଲ ହେଉଛି ମେନପୁରୀ ଲୋକସଭା ଆସନର ୫ ନିର୍ବାଚନ ମଣ୍ଡଳୀରୁ ଅନ୍ୟତମ। ମେନପୁରୀରୁ ଅଖିଳେଶଙ୍କ ବାପା ତଥା ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ୫ ଥର ଏମ୍‌ପି ନିର୍ବାଚିତ ହୋଇଛନ୍ତି।

୧୯୯୩ଠାରୁ ପ୍ରତ୍ୟେକ ଥର ଏହି ନିର୍ବାଚନ ମଣ୍ଡଳୀରେ ସପା ପ୍ରାର୍ଥୀ ବିଜୟୀ ହୋଇଛନ୍ତି। କେବଳ ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ଏହି ଆସନରେ ଭାଜପା ପ୍ରାର୍ଥୀ ଜିତିଥିଲେ। କିନ୍ତୁ ପରେ ଭାଜପା ବିଧାୟକ ସପାରେ ଯୋଗ ଦେଇଥିଲେ। ବର୍ତ୍ତମାନ ଏହି ଆସନରୁ ସପାର ସୋବରାନ ଯାଦବ ବିଧାୟକ ଅଛନ୍ତି।

Share