ଲକ୍ଷ୍ନୌ,୨୪ ।୧୧: ଆସନ୍ତା ୨୦୨୪ ମସିହାରେ ହେବାକୁ ଯାଉଥିବା ଲୋକସଭା ନିର୍ବାଚନକୁ ନେଇ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଏକ ବଡ ଘୋଷଣା କରଛନ୍ତି । ସେ କହିଛନ୍ତି ୨୦୨୪ ଲୋକ ସଭା ନିର୍ବାଚନରେ ସେ କନ୍ନୌଜ ଆସନରୁ ଲଢିବେ । ସୂଚନାଯୋଗ୍ୟ, କନ୍ନୌଜରେ ଏକ କାର୍ଯ୍ୟକ୍ରମରେ ପ୍ରଶ୍ନ ଉତ୍ତର ସମୟରେ ସେ ଏହା କହିଛନ୍ତି ।
ସେ କହିଥିଲେ ଖାଲି ବସିଛି କ’ଣ କରିବା ନିର୍ବାଚନ ଲଢିବି । ଆମର କାମ ହେଲା ନିର୍ବାଚନ ଲଢିବା ତେଣୁ ପ୍ରଥମେ ଯେଉଁ ଆସନରୁ ନିର୍ବାଚନ ଲଢିଥିଲି ଏବେ ସେହି ଆସନରୁ ଲଢିବି । ହେଲେ ଦଳ ରହିଛି ସ୍ଥିର କରିବ ନିର୍ବାଚନରେ କ’ଣ କରିବାକୁ ପଡିବ । ଆମର ନିର୍ବାଚନ ରଣନୀତି ଦଳର ସହମତି ଆଧାରରେ ପ୍ରସ୍ତୁତ ହୋଇଥାଏ ।
ସୂଚନାଯୋଗ୍ୟ, ଏକ ଘରୋଇ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ କନ୍ନୌଜ ପହଞ୍ଚିଥିବା ବେଳେ ସେଠାରେ ସେ ଲୋକ ସଭା ନିର୍ବାଚନ ଲଢିବା କଥା କହିଛନ୍ତି । ସେ କହିଥିଲେ କନ୍ନୌଜରେ ସେ ବିକାଶ କାର୍ଯ୍ୟ କରିଛନ୍ତି ତେଣୁ ସେହିଠାରୁ ସେ ନିର୍ବାଚନ ଲଢିବେ । ଗୁରୁବାର କନ୍ନୌଜ ନଗର ପାଳିକାର ପୂର୍ବତନ ଚେୟାରମ୍ୟାନ ସୁନିଲ କୁମାର ଗୁପ୍ତା ଓରଫ ମୁନ୍ନାଙ୍କ୍ ପୁଅ ୟଶ ଚନ୍ଦ୍ରଗୁପ୍ତଙ୍କ ତିଲକ ସମାରୋହ ଥିଲା ।