Categories: ଜାତୀୟ

କ୍ଷମତାକୁ ଆସିଲେ ମାଗଣାରେ ବିଦ୍ୟୁତ୍‌

ଲକ୍ଷ୍ନୌ,୧।୧: ସମାଜବାଦୀ ପାର୍ଟି(ଏସ୍‌ପି) ଅଧ୍ୟକ୍ଷ ଅଖିଳେଶ ଯାଦବ ଶନିବାର ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ୨୦୨୨ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି କ୍ଷମତାକୁ ଆସିଲେ ରାଜ୍ୟର ଘରୋଇ ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ମାଗଣାରେ ୩୦୦ ୟୁନିଟ ବିଜୁଳି ଯୋଗାଇ ଦିଆଯିବ ବୋଲି ନିର୍ବାଚନୀ ପ୍ରତିଶ୍ରୁତି ଦେଇଛନ୍ତି। ଏହାସହ କୃଷକମାନେ ଜଳସେଚନ ପାଇଁ ବ୍ୟବହାର କରୁଥିବା ବିଜୁଳି ସମ୍ପୂର୍ଣ୍ଣ ମାଗଣା କରାଯିବ ବୋଲି ମଧ୍ୟ ଅଖିଳେଶ କହିଛନ୍ତି।

ଅଖିଳେଶଙ୍କ ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ଅଖିଲେଶଙ୍କ ସରକାର ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ପ୍ରଦାନ କରିନାହାନ୍ତି। ତେବେ କିପରି ଲୋକଙ୍କୁ ମାଗଣାରେ ବିଦ୍ୟୁତ୍‌ ଯୋଗାଇ ଦେଇ ପାରିବେ ବୋଲି ଅଖିଳେଶଙ୍କୁ ଟାର୍ଗେଟ କରି ସେ କହିଛନ୍ତି।

Share