ପାଟଣା,୨୩ା୪(ସ୍ବ.ପ୍ର.): କେନ୍ଦୁଝର ଜିଲାସ୍ତରୀୟ ଅକ୍ଷୟ ତୃତୀୟା ଓ କୃଷକ ଦିବସ ପାଟଣା ବ୍ଲକ ମଲ୍ଲୀପଶି ପଞ୍ଚାୟତ ମୂଷାଖରୀ ଆମ୍ବତୋଟା ନିକଟ ଜମିରେ ରବିବାର ପାଳିତ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି ଯୋଗ ଦେଇ ଅଖିମୁଠି ଅନୁକୂଳ କରଛିନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦତ୍ତ କୃଷକ କଲ୍ୟାଣ ଯୋଜନାରୁ ଚାଷୀମାନେ ଲାଭାନ୍ବିତ ହେବେ ବୋଲି ଆଶା କରୁଛି ବୋଲି ସେ କହିଥିଲେ। ଅନ୍ୟତମ ଅତିଥି ଭାବେ ଜିଲା କୃଷି ଅଧିକାରୀ ରାମକୃଷ୍ଣ ପଣ୍ଡା ଯୋଗ ଦେଇ ଏବର୍ଷ ଅକ୍ଷୟ ତୃତୀୟାରେ ପାଗ ଅନୁକୂଳ କରିଛି ନିଶ୍ଚୟ। ଏହା ଚାଷୀକୁଳ ମୁଁହରେ ହସ ଫୁଟାଇବ ଏହା ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ପଟଣା ଅଧ୍ୟକ୍ଷ ସୁରେନ ମହାନ୍ତ କର୍ତ୍ତା ଭାବେ କାର୍ଯ୍ୟ ତୁଲାଇ ଥିଲେ ପୂଜକ ଭାବେ କୁଳମଣି ଷଡ଼ଙ୍ଗୀ ମନ୍ତ୍ର ପାଠ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ମଲ୍ଲୀପଶି ସରପଞ୍ଚ ଭାମା ମଣୀ ଦାସ, ବଡ଼ ପାଟଣା ସରପଞ୍ଚ ବିନତି ବାନରା,ପାଟଣା ସମିତିସଭ୍ୟ ମୋହନ ସୁନ୍ଦର ମହାନ୍ତ, କୃଷି ଜିଲା ଅଧିକାରୀ ଘଟଗାଁ ମିହିର କୁମାର ସାହୁ, ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ କୁମାର ମଲ୍ଲିକ, ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଜୟନ୍ତ କୁମାର ନାଏକ, ବ୍ଲକ କୃଷି ଅଧିକାରୀ କୃପାସିନ୍ଧୁ ସାହୁ ବ୍ଲକ ପ୍ରାଣୀଧନ ଚିକିତ୍ସା ଅଧିକାରୀ ବିଜୟ କୁମାର ସେଠୀ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ସହକାରୀ କୃଷି ଅଧିକାରୀ ପରେଶ କୁମାର ଦାଶ, ବର୍ଷା ବୈଶାଳୀ,ଦୁର୍ଗା ଚରଣ ତ୍ରିପାଠୀଙ୍କ ସହ କୃଷି ବିଭାଗର କର୍ମଚାରୀ ପରିଚାଳନା କରିଥିଲେ। ପରିଶେଷରେ ଜିଲା କୃଷି ଅଧିକାରୀ ରାମକୃଷ୍ଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ କୃଷକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।