Categories: ଖେଳ

ଅଖତରଙ୍କ ଭବିଷ୍ୟବାଣୀ: ଭାରତରେ ଉଠାଇବୁ କପ୍‌

ଇସଲାମାବାଦ,୧୪।୧୧: ଆଇସିସି ଟି-୨୦ ବିଶ୍ୱକପ ୨୦୨୨ରେ ପାକିସ୍ତାନ ଟାଇଟଲ ଜିତିବା ଆଶା ଧୂଳିସାତ୍‌ ହୋଇଛି। ଫାଇନାଲରେ ଇଂଲଣ୍ଡଠାରୁ ୫ ଉଇକେଟ୍‌ରେ ପରାସ୍ତ ହୋଇଛି ପାକିସ୍ତାନ। ଇଂଲଣ୍ଡ ପ୍ରଥମ କ୍ରିକେଟ ଦଳ ହୋଇ ଏକକାଳୀନ ଉଭୟ ଦିନିକିଆ ଏବଂ ଟି-୨୦ ବିଶ୍ୱକପ ଜିତିଛି। ପରାଜୟ ପରେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ତାଙ୍କ ଦଳକୁ ସାନ୍ତ୍ୱନା ଦେଉଥିବାର ନଜର ଆସିଥିଲେ।
ହାରିବା ପରେ ପୂର୍ବତନ କ୍ରିକେଟର ଶୋଏବ ଅଖତର ଏହି ଟୁର୍ନାମେଣ୍ଟରେ ପାକିସ୍ତାନର ଉଦ୍ୟମକୁ ପ୍ରଶଂସା କରିଥିଲେ। ସେ କହିଛନ୍ତି, ଯେଉଁ ଉତ୍ସାହ ସହିତ ସେ ପ୍ରତ୍ୟାବର୍ତ୍ତନ କରି ଫାଇନାଲରେ ପ୍ରବେଶ କରିଥିଲେ ତାହା ପ୍ରଶଂସନୀୟ। ଅଖତର ଏକ ଭିଡିଓରେ କହିଛନ୍ତି ଯେ ପାକିସ୍ତାନ ବିଶ୍ୱକପ ହାରିଛି, କିନ୍ତୁ ସେମାନେ ବହୁତ ଭଲ କାମ କରିଛନ୍ତି।
ଶୋଏବ ଅଖତର ବାବର ଆଣ୍ଡ କୋକୁ ସମର୍ଥନ ଜଣାଇ କହିଛନ୍ତି, ଆସନ୍ତା ବର୍ଷ ଭାରତରେ ହେବାକୁ ଥିବା ୫୦ ଓଭର ବିଶ୍ୱକପ ଜିତିବ। ମୁଁ ତୁମ ସହିତ ଛିଡା ହୋଇଛି ଏବଂ ଚିନ୍ତା କରିବାର କିଛି ନାହିଁ।

Share