Categories: ଜାତୀୟ

ମଣିପୁରର ଲୋକପ୍ରିୟ ଗାୟକ ଅଖୁ ଚିଙ୍ଗଙ୍ଗବାମଙ୍କୁ ଅପହରଣ

ଇମ୍ଫାଲ,୨୯।୧୨: ମଣିପୁରର ଗାୟକ ତଥା ଗୀତିକାର ଅଖୁ ଚିଙ୍ଗଙ୍ଗବାମଙ୍କ ଅପହରଣ। କିଛି ଅଜଣା ବନ୍ଧୁକଧାରୀ ତାଙ୍କୁ ଅପହରଣ କରି ନେଇଛନ୍ତି। ପୂର୍ବ ଇମ୍ଫାଲ ଖୁରାଇ ବାସିନ୍ଦା ଅଖୁ ଫୋକ୍‌ ରକ୍‌ ବ୍ୟାଣ୍ଡ ‘ଇମ୍ଫାଲ ଟକିସ୍‌’ର ସଂସ୍ଥାପକ ଅଟନ୍ତି।

ସୂଚନା ଅନୁଯାୟୀ, ତାଙ୍କ ସ୍ତ୍ରୀ ଓ ମାଆଙ୍କୁ ବନ୍ଧୁକ ଦେଖାଇ କିଛି ବନ୍ଧୁକଧାରୀ ଅଖୁଙ୍କୁ ଉଠାଇ ନେଇଛନ୍ତି। ତେବେ ଅଖୁଙ୍କୁ କିଏ ଅପହରଣ କରିଛି ଓ କାହିଁକି କରିଛି ସେନେଇ କୌଣସି ସୂଚନା ମିଳିପାରି ନାହିଁ।

Share