Posted inଜାତୀୟ

ଭାରତରେ ‘ଅକିରା’ ଆତଙ୍କ

ନୂଆଦିଲ୍ଲୀ,୨୪ା୭: ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଗତ ଡେଟା ଚୋରି ପରେ ଲୋକଙ୍କଠାରୁ ଅର୍ଥ ଅସୁଲ ପାଇଁ ବ୍ୟବହୃତ ଇଣ୍ଟରନେଟ୍‌ ରାନ୍‌ସମଓ୍ବେର ଭାଇରସ୍‌ ‘ଅକିରା’କୁ ନେଇ ଦେଶବିଦେଶରେ ଆତଙ୍କ ସୃଷ୍ଟି ହୋଇଛି। ଭାରତରେ ମଧ୍ୟ ଏହାର ପ୍ରାଦୁର୍ଭାବ ବଢ଼ୁଥିବାରୁ ଦେଶର ସଂଘୀୟ ସାଇବର ସିକ୍ୟୁରିଟି ଏଜେନ୍ସି ସିଇଆର୍‌ଟି-ଇନ୍‌ ପକ୍ଷରୁ ରବିବାର ସତର୍କ କରାଯାଇଛି।

ଜାରି କରାଯାଇଥିବା ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ, ଅକିରା ଭାଇରସ୍‌ ଏକ ବିପଜ୍ଜନକ ମାଲ୍‌ଓ୍ବେର, ଯାହାକି ଓ୍ବିଣ୍ଡୋଜ୍‌ ଏବଂ ଲାଇନକ୍ସଭିତ୍ତିକ କମ୍ପ୍ୟୁଟର ସିଷ୍ଟମ୍‌ଗୁଡ଼ିକୁ ଟାର୍ଗେଟ କରିଥାଏ। ସାଇବର ସ୍ପେସ୍‌ରେ ଏହି ମାଲ୍‌ଓ୍ବେର ଦ୍ରୁତଗତିରେ ମାଡ଼ିଚାଲିଛି। ଏକ ହ୍ୟାକର୍‌ ଗୋଷ୍ଠୀ ଏହାକୁ ବ୍ୟବହାର କରି ପ୍ରଥମେ ଲୋକଙ୍କ କମ୍ପ୍ୟୁଟରରୁ ସେମାନଙ୍କ ତଥ୍ୟ ଚୋରି କରୁଛନ୍ତି। ପରେ ତାକୁ ସିଷ୍ଟମ୍‌ରେ ଡେଟା ଏନ୍‌କ୍ରିପ୍ଟ କରି ଏଭଳି ଦାବି କରୁଛନ୍ତି ଯେ, ସେଥିରେ ଲୋକେ ଭୟଭୀତ ହୋଇ ଅର୍ଥ ଦେବାକୁ ବାଧ୍ୟ ହେଉଛନ୍ତି। ଏହାର ଶିକାର ହୋଇଥିବା ବ୍ୟକ୍ତି ଦାବି ମୁତାବକ ଟଙ୍କା ନ ଦେଲେ ହ୍ୟାକରମାନେ ତାଙ୍କ ଡେଟାକୁ ଡାର୍କ ଓ୍ବେବ୍‌ ବ୍ଲଗ୍‌ରେ ଛାଡ଼ିଦେଉଛନ୍ତି ବୋଲି ଇଣ୍ଡିଆନ୍‌ କମ୍ପ୍ୟୁଟର ଏମର୍ଜେନ୍ସସି ରେସ୍‌ପନ୍ସ ଟିମ୍‌ (ସିଇଆର୍‌ଟି-ଇନ୍‌) ପକ୍ଷରୁ ଇଣ୍ଟରନେଟ୍‌ ୟୁଜର୍ସଙ୍କ ଉଦ୍ଦେଶ୍ୟରେ ଚେତାବନୀ ଦିଆଯାଇଛି। ସାଇବର ଆକ୍ରମଣର ମୁକାବିଲା ଏବଂ ଫିଶିଙ୍ଗ୍‌ ତଥା ହ୍ୟାକିଂ ଆସଲ୍ଟ ନିରୋଧୀ କେନ୍ଦ୍ରୀୟ କାରିଗରି ସଂସ୍ଥା ଆହୁରି କହିଛି ଯେ, ରାନ୍‌ସମଓ୍ବେର ଗ୍ରୁପ୍‌ ଭର୍ଚୁଆଲ ପ୍ରାଇଭେଟ୍‌ ନେଟ୍‌ଓ୍ବର୍କ (ଭିପିଏନ୍‌) ସର୍ଭିସ୍‌ ଜରିଆରେ ଟାର୍ଗେଟ ବ୍ୟକ୍ତିଙ୍କ ପରିବେଶକୁ ଆୟତ୍ତ କରିବାରେ ସକ୍ଷମ। ବିଶେଷକରି ମଲ୍ଟି-ଫ୍ୟାକ୍ଟର ଅଥେଣ୍ଟିକେଶନ୍‌କୁ ଏନେବଲ୍‌ କରି ନ ଥିବା ୟୁଜର୍ସ ଏହାର ଶିକାର ହେଉଛନ୍ତି।

ରାନ୍‌ସମଓ୍ବେର ହେଉଛି ଏକ କମ୍ପ୍ୟୁଟର ମାଲ୍‌ଓ୍ବେର, ଯାହାକି ୟୁଜର୍ସଙ୍କୁ ନିଜ ଡେଟା ବ୍ୟବହାର କରିବାକୁ ଦେଇ ନ ଥାଏ। ଏନିଡେସ୍କ, ଓ୍ବିନ୍‌-ରାର୍‌ ଏବଂ ପିସିହଣ୍ଟର ଭଳି ଟୁଲ୍ସ ଜରିଆରେ ଡେଟାକୁ ସଂକ୍ରମିତ କରି ଏହାର ବ୍ୟବହାରକୁ ବ୍ଲକ୍‌ କରିଦେବା ଫଳରେ ସିଷ୍ଟମ୍‌ ଅଚଳ ହୋଇଯାଇଥାଏ। କିନ୍ତୁ କମ୍ପ୍ୟୁଟର ଅଚଳ ହେବା ପୂର୍ବରୁ ଅକିରା ସମ୍ପୃକ୍ତ ସିଷ୍ଟମ୍‌ରେ ଚଳାଉଥିବା ପ୍ରାଦୁର୍ଭାବକୁ ୟୁଜର୍ସ ଜାଣିପାରି ନ ଥାନ୍ତି।
ହେଉଛି ରାନ୍‌ସମଓ୍ବେର ଫାମିଲିର ନୂଆ ସଦସ୍ୟ। ୨୦୧୭ର ଅକିରା ସାମ୍ନାକୁ ଆସିଥିବାବେଳେ ୨୦୨୩ ମାର୍ଚ୍ଚରେ ୧୬ କମ୍ପାନୀ ଉପରେ ସାଇବର ଆକ୍ରମଣ ପାଇଁ ଏହାକୁ ପ୍ରଥମ ଥର ବ୍ୟବହାର କରାଯାଇଥିଲା।
ମାଧ୍ୟମରେ ବ୍ୟକ୍ତିଗତ ତଥ୍ୟ ଚୋରି ପରେ ୟୁଜର୍ସଙ୍କୁ ଅନେକ ନିୟୁତ ଡଲାର ଦାବି କରାଯାଇଥାଏ। ଅର୍ଥ ନ ଦେଲେ ତଥ୍ୟ ଲିକ୍‌ କରିଥାନ୍ତି ହ୍ୟାକର୍ସ।
କର୍ପୋରେଟ୍‌ ନେଟ୍‌ଓ୍ବର୍କରେ ଏହାକୁ ପ୍ରବେଶ କରାଇ ସେମାନେ ଶିକ୍ଷା, ଫାଇନାନ୍ସ, ରିଅଲ ଇଷ୍ଟେଟ୍‌, ମାନୁଫାକ୍ଚରିଂ ଏବଂ କନ୍‌ସଲ୍ଟିଂ କମ୍ପାନୀଗୁଡ଼ିକରୁ ବହୁ ଅର୍ଥ ଆଦାୟ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ବୋରଲିନ’ ବ୍ୟବହାର କରୁଛନ୍ତି କି? ହୋଇଯାଆନ୍ତୁ ସାବଧାନ, ବୈଜ୍ଞାନିକ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୮।୧୦: ବୈଜ୍ଞାନିକଙ୍କ ବଡ଼ ଖୁଲାସା! ଆୟୁର୍ବେଦିକ କ୍ରିମ ଭାବରେ ଜଣାଶୁଣା ଓ ପ୍ରତିଟି ଘରେ ବ୍ୟହହୃତ ହେଉଥିବା ବୋରଲିନ ଆଣ୍ଟିସେପ୍ଟିକ କ୍ରିମ ଆୟୁର୍ବେଦିକ କ୍ରିମ୍‌ ନୁହେଁ।...

ଇତିହାସ ରଚିଲେ ବିରାଟ କୋହଲି… ହାସଲ କଲେ ସ୍ବତନ୍ତ୍ର ରେକର୍ଡ

ବେଙ୍ଗାଲୁରୁ,୧୮।୧୦: ବିରାଟ କୋହଲି ତାଙ୍କ ଟେଷ୍ଟ କ୍ୟାରିୟରରେ ୯୦୦୦ ରନ ପୂରଣ କରିଛନ୍ତି। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ବାଙ୍ଗାଲୋରରେ...

ରାଜସ୍ଥାନର ଲେଡି ସିଙ୍ଘମ ଆଇପିଏସ୍‌ଜଣଙ୍କ କିଏ? ଯାହାଙ୍କ ସ୍କାନର୍‌ରେ ୨୪ ଘଣ୍ଟା ରହୁଛନ୍ତି ଲରେନ୍ସ ବିଶ୍ନୋଇ…

ନୂଆଦିଲ୍ଲୀ,୧୮।୧୦: ମହାରାଷ୍ଟ୍ରର ମୁମ୍ବାଇର ବାନ୍ଦ୍ରାଠାରେ ଦଶହରା ଦିନ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ତାଙ୍କ ହତ୍ୟାର ଦାୟିତ୍ୱ ନେଇଛନ୍ତି।...

କଂଗ୍ରେସକୁ ଟାର୍ଗେଟ କଲେ ସଞ୍ଜୟ ରାଉତ, କହିଲେ ଅକ୍ଷମ ନେତା…

ମୁମ୍ବାଇ,୧୮।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ମହା ବିକାଶ ଆଗାଡିରେ ଆସନ ବୁଝାମଣାରେ ସମସ୍ୟା ଉପୁଜୁଛି। ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ଆସନ ବଣ୍ଟା...

ଡିଜେ ସାଉଣ୍ଡ ଶୁଣି ଟଳିପଡିଲେ ନାବାଳକ

ଭୋପାଳ,୧୮।୧୦: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଡିଜେର ଉଚ୍ଚ ସ୍ବର ଯୋଗୁ ଜଣେ ନାବାଳକଙ୍କ ଜୀବନ ଯାଇଛି। ନିକଟରେ ଦଶହରା...

ସଲମାନ କେମିତି କ୍ଷମା ମାଗିଲେ ମାନି ଯିବେ ଲରେନ୍ସ, ଜାଣନ୍ତୁ କ୍ଷମା ମାଗିବାକୁ କ’ଣ ରହିଛି କଡା ନିୟମ

ମୁମ୍ବାଇ,୧୮।୧୦: ରାଜାନେତା ବାବା ସିଦ୍ଦିକୀଙ୍କ ହତ୍ୟା ପରେ ବଲିଉଡ ଅଭିନେତା ସଲମାନ ଖାନଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ତାଙ୍କ ଘର ନିକଟରେ ଆସୁଥିବା ଲୋକଙ୍କ ଉପରେ...

ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଲା ବଡ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୮।୧୦: ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜାମିନ ମିଳିଛି। ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ କହିଛନ୍ତି ଯେ ଏପର୍ଯ୍ୟନ୍ତ...

ନିୟମ ଭାଙ୍ଗିଲେ ମୁଖ୍ୟମନ୍ତ୍ରୀଙ୍କ ପୁଅ!

ମୁମ୍ବାଇ,୧୮।୧୦: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ମହାକାଳ ମନ୍ଦିରରେ ନିୟମ ଭାଙ୍ଗିବାର ଏକ ମାମଲା ସାମ୍ନାକୁ ଆସିଛି। ଅଭିଯୋଗ ହୋଇଛି ଯେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri