ଇସଲାମାବାଦ,୨୩ ।୧୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ନିକଟତମ ତଥା ପଞ୍ଜାବ ପ୍ରାନ୍ତର ମୁଖ୍ୟମନ୍ତ୍ରୀ ଚୌଧୁରୀ ପରଭେଜ ଇଲାହିଙ୍କ ଉପରେ ଖଣ୍ଡା ଝୁଲିଛି । ରାଜ୍ୟପାଳ ବଲିଗୁର ରହମାନ ଶୁକ୍ରବାର ତାଙ୍କୁ ବିଶ୍ୱାସ ମତ ହାସଲ କରିବାକୁ ଆଦେଶ ପାଳନ କରିବାକୁ ପଦରୁ ହଟାଇ ଦେଇଛନ୍ତି ।
ଇମ୍ରାନ ଖାଁଙ୍କୁ ପଞ୍ଜରାବ ବିଧାନସଭା ଭଙ୍ଗ ନ କରିବାକୁ ପଞ୍ଜାବ ପ୍ରଦେଶର ରାଜ୍ୟପାଳ ଏହି ପଦକ୍ଷେପ ନେଇଛନ୍ତି । ସୂଚନାଯୋଗ୍ୟ, ନିକଟରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ପଞ୍ଜାବର ଖେବର ପଖତୁନୱାଲା ପ୍ରାଦେଶିକ ବିଧାନସଭାକୁ ଭଙ୍ଗ କରିବାକୁ ଘୋଷଣା କରିଥିଲେ । ଏହି ଦୁଇଟି ସ୍ଥାନରେ ତାଙ୍କ ଦଳ ତେହରିକ-ଇ-ଇନସାଫ କ୍ଷମତାରେ ରହିଛି ।