ବଲିଉଡ ଅଭିନେତ୍ରୀଙ୍କ ପ୍ରେମରେ ପଡିଥିଲେ ନାଗାର୍ଜୁନ

ଚେନ୍ନାଇ: ସାଉଥ ସୁପରଷ୍ଟାର ନାଗାର୍ଜୁନ ଅକ୍କିନେନିଙ୍କ ପରିଚୟର ଆବଶ୍ୟକତା ବୋଧହୁଏ ନାହିଁ । କେବଳ ସାଉଥ୍ କାହିଁକି ବଲିଉଡରେ ବି ସେ ଅଭିନୟ ଜରିଆରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ବଲିଉଡରେ ଯଦିଓ ସେ ସଫଳ ହୋଇ ପାରି ନାହାନ୍ତି, ହେଲେ ତାଙ୍କ ଅଭିନୟକୁ ଦର୍ଶକେ ଖୁବ୍ ପସନ୍ଦ କରିଛନ୍ତି । ସେ ଜଣେ ଅଭିନେତା ସହ ଫିଲ୍ମ ନିର୍ମାତା ଓ ବିଜନେସମ୍ୟାନ । ଫିଲ୍ମ ବା ଅଭିନୟକୁ ନେଇ ସେ ଯେତିକି ଚର୍ଚ୍ଚିତ ତା’ଠାରୁ ଅଧିକ ଚର୍ଚ୍ଚିତ ତାଙ୍କ ପର୍ସନାଲ ଲାଇଫକୁ ନେଇ ।
ଅଗଷ୍ଟ ୨୯, ୧୯୫୯ରେ ମାଡ୍ରାସରେ ଜନ୍ମ ନେଇଥିଲେ ନାଗାର୍ଜୁନ । ପ୍ରସିଦ୍ଧ କଳାକାର ଅକ୍କିନେନି ନାଗେଶ୍ୱର ରାଓଙ୍କର ପୁଅ ହେଉଛନ୍ତି ନାଗାର୍ଜୁନ । ଫିଲ୍ମ ପରିବାର ପିଲା ହୋଇଥିବାରୁ ପିଲାଟିଦିନୁ ସିନେମା ପ୍ରତି ତାଙ୍କର ଥିଲା ରୁଚି । ଶିଶୁ କଳାକାର ଭାବେ ସେ ତାଙ୍କର କ୍ୟାରିୟର ଆରମ୍ଭ କରିଥିବା ବେଳେ ୧୯୮୬ରେ ତେଲୁଗୁ ଫିଲ୍ମ ‘ବିକ୍ରମ’ରେ ଲିଡ ରୋଲରେ ଡେବ୍ୟୁ କରିଥିଲେ ନାଗାର୍ଜୁନ । ଚଳିତ ବର୍ଷ ଫିଲ୍ମ ନାଗାର୍ଜୁନଙ୍କ ଅଭିନୀତ ‘କ୍ୟାପଟେନ ନାଗାର୍ଜୁନ’ ଓ ‘ଅରଣ୍ୟାକାଣ୍ଡ’ ରିଲିଜ ହୋଇଥିବା ବେଳେ ଦର୍ଶକେ ଏହାକୁ ଖୁବ୍ ପସନ୍ଦ କରିଥିଲେ ।
ପର୍ସନାଲ ଲାଇଫ କଥା କହିଲେ ନାଗାର୍ଜୁନ ୧୯୮୪ରେ ଲକ୍ଷ୍ମୀ ଦଗ୍‌ଗୁବତୀଙ୍କୁ ବିବାହ କରିଥିଲେ । ହେଲେ ୬ ବର୍ଷ ପରେ ୧୯୯୦ରେ ଉଭୟ ଅଲଗା ହୋଇଯାଇଥିଲେ । ଆଉ ଏହାର ଠିକ୍ ୨ ବର୍ଷ ପରେ ଅର୍ଥାତ୍ ୧୯୯୨ରେ ନାଗାର୍ଜୁନ ଦ୍ୱିତୀୟ ଥର ଲାଗି ଅଭିନେତ୍ରୀ ଅମଲା ଅକ୍କିନେନିଙ୍କୁ ବିବାହ କରିଥିଲେ । ନାଗାର୍ଜୁନଙ୍କର ଦୁଇ ପୁଅ ଅଛନ୍ତି । ପ୍ରଥମ ପତ୍ନୀଙ୍କ ପୁଅ ନାଗା ଚୈତନ୍ୟ ଓ ଦ୍ୱିତୀୟ ପତ୍ନୀଙ୍କ ପୁଅ ଅଖିଳ ଅକ୍କିନେନି । ଉଭୟ ନାଗା ଚୈତନ୍ୟ ଓ ଅଖିଲ ଅକ୍କିନେନି ସାଉଥ ସିନେମାର ଜଣାଶୁଣା କଳାକର ।
ଦ୍ୱିତୀୟ ବିବାହ ପରେ ବି ବଲିଉଡ ଅଭିନେତ୍ରୀ ତବ୍ୱୁଙ୍କୁ ମନ ଦେଇ ବସିଥିଲେ ନାଗାର୍ଜୁନ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବଢି ଚାଲିଥିବା ବେଳେ ଦୀର୍ଘ ୧୦ ବର୍ଷ କାଳ ଏମାନଙ୍କର ଆଫେୟାର୍ସ ଚର୍ଚ୍ଚାରେ ରହିଥିଲା । ହେଲେ ଏପଟେ ନାଗାର୍ଜୁନ ତାଙ୍କ ପତ୍ନୀଙ୍କଠାରୁ ଅଲଗା ହେବାକୁ ଚାହୁଁ ନ ଥିଲେ । ତେଣୁ ପରେ ତବ୍ୱୁଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଭାଙ୍ଗି ଯାଇଥିଲା ।

Share