Advertisement
Categories: Home Leftଖେଳ

ଆକମଲଙ୍କ ବାସନ୍ଦ ଅବଧି ୧୮ ମାସକୁ କମିଲା

କରାଚୀ,୩୦।୭ (ପି.ଟି.): ପାକିସ୍ତାନ ବ୍ୟାଟ୍ସମ୍ୟାନ ଉମର ଆକମଲଙ୍କ ୩ ବର୍ଷିଆ ବାସନ୍ଦ ଅବଧୀକୁ ପାଖାପାଖି ଅଧା କରିଦିଆଯାଇଛି। ଫିକ୍ସିଂ କରିବାକୁ ତାଙ୍କୁ ଦିଆଯାଇଥିବା ପ୍ରସ୍ତାବକୁ ସେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)କୁ ଜଣାଇ ନ ଥିଲେ। ଫଳରେ ତାଙ୍କୁ କ୍ରିକେଟରୁ ୩ ବର୍ଷ ବାସନ୍ଦ କରାଯାଇଥିଲା। କ୍ରିକେଟ ପ୍ରତି ତାଙ୍କ ଭଲ ପାଇବାକୁ ଉପଲବ୍ଧି କରି ତାଙ୍କ ଦଣ୍ଡ କୋହଳ କରାଯାଇଛି। ତେବେ ଏଥିରେ ଆକମଲ ସନ୍ତୁଷ୍ଟ ହୋଇନାହାନ୍ତି। ସମ୍ପୂର୍ଣ୍ଣ ବାସନ୍ଦାଦେଶ ଉଠା ନହେବା ପର୍ଯ୍ୟନ୍ତ ସେ ଲଢେଇ ଜାରି ରଖିବେ ବୋଲି ଆକମଲ କହିଛନ୍ତି।
ତାଙ୍କ ବାସନ୍ଦ ଅବଧୀ ୨୦୨୦ ଫେବୃୟାରୀରୁ ୨୦୨୧ ଅଗଷ୍ଟ ପର୍ଯ୍ୟନ୍ତ ଲାଗୁ ହେବ। ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଖେଳିବା ଅବସରରେ ଆମକଲଙ୍କୁ ଫିକ୍ସିଂ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ତେବେ ସେ ଏହାକୁ ସାର୍ବଜନୀନ କରି ନ ଥିଲେ। ଏହି ବାସନ୍ଦାଦେଶ ବିରୋଧରେ ସେ ଅପିଲ କରିଥିଲେ। ଜଷ୍ଟିସ୍‌ ଫକିର ମହମ୍ମଦ ଖୋଖେର ଆକମଲଙ୍କ ଅପିଲର ଶୁଣାଣି କରିଥିଲେ ଓ ଦଣ୍ଡ କୋହଳ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share