Categories: ଖେଳ

ଗାଏକ୍ୱାଡଙ୍କୁ ଏମିତି ଚ୍ୟାଲେଞ୍ଜ ଦେଲେ ଅକ୍ଷର ପଟେଲ: ୬୦ ସେକେଣ୍ଡରେ କରିବାକୁ ହେବ ପୂରଣ: ଦେଖନ୍ତୁ ଭିଡିଓ

ଥିରୁଭାନନ୍ତପୁରମ୍‌,୨୭।୧୧: ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି। ଦ୍ୱିତୀୟ ମ୍ୟାଚରେ ଭାରତ ୪୪ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ଭାରତୀୟ ଦଳର ବିଜୟ ପରେ ଅକ୍ଷର ପଟେଲ ଋତୁରାଜ ଗାଏକ୍ୱାଡଙ୍କୁ ଏକ ରୋଚକ ଚ୍ୟାଲେଞ୍ଜ ଦେଇଥିଲେ। ଭାରତରେ କ୍ରିକେଟ ବୋର୍ଡ ଅଫ କଣ୍ଟ୍ରୋଲ ଏହାର ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛି। ଏଥିରେ ଅକ୍ଷର ଋତୁରାଜଙ୍କୁ ୬୦ ସେକେଣ୍ଡରେ ମ୍ୟାଚ ରିପୋର୍ଟ ବର୍ଣ୍ଣନା କରିବାକୁ ଚ୍ୟାଲେଞ୍ଜ ଦେଇଥିଲେ। ପ୍ରଶଂସକମାନେ ଏହି ଭିଡିଓ ଉପରେ ଅନେକ ପ୍ରକାରର ମନ୍ତବ୍ୟ ଦେଇଛନ୍ତି।
ରିତୁରାଜଙ୍କୁ ଚ୍ୟାଲେଞ୍ଜ ଦେବା ବେଳେ ଏସର୍ତ୍ତ ଥିଲା ଯେ, ଅକ୍ଷର ମଝିରେ ଡିଷ୍ଟର୍ବ କରିବେ। ରିତୁରାଜ ମଧ୍ୟ ଏହି ଚ୍ୟାଲେଞ୍ଜ୍‌କୁ ଗ୍ରହଣ କରିଥିଲେ। ସେ ରିପୋର୍ଟ ବର୍ଣ୍ଣନା କରିବା ମାତ୍ରେ ଅକ୍ଷର ଡିଷ୍ଟର୍ବ କରିବାକୁ ଲାଗିଲେ। ଋତୁରାଜ ପ୍ରାୟ ୫୫ ସେକେଣ୍ଡରେ ପୁରା ରିପୋର୍ଟ ବର୍ଣ୍ଣନା କରିଥିଲେ।
ଏକ୍ସରେ ୨୫,୦୦୦ରୁ ଅଧିକ ଲୋକ ଏହି ଭିଡିଓ ଦେଖିଛନ୍ତି। ଏହି ଭିଡିଓକୁ ପ୍ରାୟ ୨ ହଜାର ଲୋକ ପସନ୍ଦ କରିଥିଲେ।

Share