ଭାଇରାଲ ହେଉଛି ଅକ୍ଷରାଙ୍କ ହିନ୍ଦୀ ଗୀତ

ମୁମ୍ବାଇ: ଭୋଜପୁରୀ ଅଭିନେତ୍ରୀ ଅକ୍ଷରା ସିଂଙ୍କ ହିନ୍ଦୀଗୀତ “ମେରି ୱାଫା’ ରିଲିଜ୍ ହୋଇ ଯାଇଛି । ଜଣାଶୁଣା ଫିଲ୍ମ ନିର୍ମାତା ହୈଦର କାଜମୀଙ୍କ ଓଟିଟି ପ୍ଲାଟଫର୍ମ ମସ୍ତାନୀରେ ସୁପର ହର୍ଟ ଗର୍ଲ ଅକ୍ଷରାଙ୍କ ଏହି ଗୀତ ରିଲିଜ ହେଉ ହେଉ ଭାଇରାଲ ହୋଇଛି । ମେରି ୱାଫା ଅକ୍ଷରାଙ୍କ ହିନ୍ଦୀଗୀତ । ଯାହାକୁ ସେ ନିଜେ ଗାଇଛନ୍ତି । ଅକ୍ଷରାଙ୍କ ଗୀତର କ୍ରେଜ ତ ୟୁଟ୍ୟୁବରେ ରହିଛି । ହେଲେ ଏବେ ଓଟିଟି ପ୍ଲାଟଫର୍ମ ମସ୍ତାନିରେ ବି କମାଲ କରିଛନ୍ତି ଅକ୍ଷରା । ମେରି ୱାଫା ଏକ ସ୍ୟାଡ ସଙ୍ଗ । ଏହାକୁ ନେଇ ଅକ୍ଷରା ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ହୈଦର କାଜମି ମୋ ଗୀତକୁ ଓଟିଟି ପ୍ଲାଟଫର୍ମ ମସ୍ତାନୀରେ ସ୍ଥାନ ଦେଇଥିବାରୁ ମୁଁ ଖୁବ୍ ଖୁସି । ଆପଣମାନେ ଏହାକୁ ନିଶ୍ଚିତ ଦେକନ୍ତୁ ବୋଲି କହିଛନ୍ତି ଅଭିନେତ୍ରୀ ।

Share