ନୂଆଦିଲ୍ଲୀ, ୧୦ା୪: କିମ୍ବଦନ୍ତୀ ଥିଏଟର ଅଭିନେତ୍ରୀ ତଥା ଦିଲ୍ଲୀର ଖ୍ୟାତନାମା ଅକ୍ଷରା ଥିଏଟରର ସହପ୍ରତିଷ୍ଠାତା ଜଲାବାଳା ବୈଦ୍ୟଙ୍କର ରବିବାର ପରଲୋକ ହୋଇଯାଇଛି। ତାଙ୍କୁ ୮୬ ବର୍ଷ ହୋଇଥିଲା। ସେ କିଛିଦିନ ହେଲା ଶ୍ୱାସକ୍ରିୟାଜନିତ ରୋଗରେ ପୀଡ଼ିତ ଥିଲେ। ଲଣ୍ଡନରେ ଜନ୍ମିତ ଜଲାବାଳା ୧୯୬୮ରୁ ଅଭିନୟ ଆରମ୍ଭ କରିଥିଲା। ସେ ସଙ୍ଗୀତ ନାଟକ ଏକାଡେମୀର ଟାଗୋର ଆଓ୍ବାର୍ଡ, ଦିଲ୍ଲୀ ନାଟ୍ୟସଂଘ ଆଓ୍ବାର୍ଡ ଆଦି ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।