‘ବଚ୍ଚନ ପାଣ୍ଡେ’ର ନୂଆ ଗୀତରେ ଜମୁଛି ଜ୍ୟାକଲିନ-ଅକ୍ଷୟଙ୍କ କେମେଷ୍ଟ୍ରି

ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ବଚ୍ଚନ ପାଣ୍ଡେ’ର ନୂଆ ଗୀତ ରିଲିଜ୍ ହୋଇଛି । ଆକ୍ସନ, କମେଡିର ନିର୍ମାତା ସମ୍ପୂର୍ଣ୍ଣ ଗୀତଟିକୁ ସୋସିଆଲ ମିଡିଆରେ ରିଲିଜ୍ କରିସାରିଛନ୍ତି । ଏହି ଗୀତଟିକୁ ଏକ ମେଳାର ପୃଷ୍ଠଭୂମୀରେ ଶୁଟିଂ କରାଯାଇଛି । ଏହାର ଭିଡିଓରେ ଅକ୍ଷୟ କୁମାର ଓ ଜ୍ୟାକଲିନ ଫର୍ନାଡିଜ ତାଙ୍କ ପ୍ୟାର ଭରା କେମେଷ୍ଟ୍ରିର ପୁରା ମଜା ନେଉଛନ୍ତି । ଗୀତରେ ଉଭୟ କ୍ୱାଲିଟି ଟାଇମ୍ ସ୍ପେଣ୍ଡ କରୁଥିବା ଦେଖାଯାଇଛି । ଲାଗୁଛି ଯେମିତି ଉଭୟ ପରସ୍ପର ଭିତରେ ହଜି ଯାଇଛନ୍ତି । ଗୀତଟିର ଟିଜର ଦେଖିବା ପରେ ଅନୁମାନ କରାଯାଉଥିଲା କି ଆଗକୁ କ’ଣ ହେବାକୁ ଯାଉଛି । ଏହି ଫିଲ୍ମର ଆଉ ଏକ ଗୀତରେ ଅକ୍ଷୟ କୁମାର ଓ କ୍ରିତି ସାନନଙ୍କ କେମେଷ୍ଟ୍ରିକୁ ଦେଖାଯାଇ ସାରିଛି ।
ଫରାଦ ସାମଜୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଅକ୍ଷୟ କୁମାର ଷ୍ଟାରର ‘ବଚ୍ଚନ ପାଣ୍ଡେ’ର ଟ୍ରେଲର ରିଲିଜ୍ ହେବା ପରଠାରୁ ଦର୍ଶକଙ୍କର ଜବରଦସ୍ତ ପ୍ରତିକ୍ରିୟା ମିଳି ଚାଲିଛି । ଏହି ମୁଭିରେ କ୍ରିତି ସାନନ, ଅରଶଦ ୱାରସି, ପଙ୍କଜ ତ୍ରିପାଠୀ, ସଞ୍ଜୟ ମିଶ୍ର, ଅଭିମନ୍ୟୁ ସିଂ ଓ ଜ୍ୟାକଲିନ ପର୍ନାଡିଜଙ୍କ ସମେତ କେତେଜଣ ପ୍ରତିଭାଶାଳୀ କଳାକାରଙ୍କୁ ଦେଖିବାକୁ ମିଳିବ । ୧୮ ମାର୍ଚ୍ଚ ୨୦୨୨ରେ ରିଲିଜ୍ ଅପେକ୍ଷାରେ ଥିବା ‘ବଚ୍ଚନ ପାଣ୍ଡେ’ ଧୁମ ମଚାଇବ ବୋଲି କୁହାଯାଉଛି ।

Share