ଅଯୋଧ୍ୟାରେ ପହଞ୍ଚିଲେ ଅକ୍ଷୟ କୁମାର

ମୁମ୍ବାଇ: ଅଭିନେତା ଅକ୍ଷୟ କୁମାର ଆଜିକାଲି ଫିଲ୍ମ ‘ରାମସେତୁ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଅକ୍ଷୟ ମାର୍ଚ୍ଚ ୧୮ ଅର୍ଥାତ୍‌ ଆଜି ଫିଲ୍ମ ଶୁଟିଂ କରିବା ପାଇଁ ଅଯୋଧ୍ୟାରେ ପହଞ୍ଚତ୍ଛନ୍ତି। ଏହି ଫିଲ୍ମରେ ଅକ୍ଷୟଙ୍କ ସହ ଜ୍ୟାକଲିନ୍‌ ଫର୍ନାଡିସ ଏବଂ ନୂସରତ ଭରୁଚା ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଫିଲ୍ମର ଶୁଭ ମହୁରତ ଅଯୋଧ୍ୟାରେ ହିଁ ହେବ।

ଏନେଇ ଅକ୍ଷୟ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ ଏଥିରେ କ୍ୟାପଶନ ଲେଖିଛନ୍ତି, ସ୍ପେଶାଲ ଫିଲ୍ମ, ସ୍ପେଶାଲ ଆରମ୍ଭ। ଫିଲ୍ମ ‘ରାମସେତୁ’ର ଟିମ୍‌ ଶୁଭ ମହୁରତ ପାଇଁ ଅଯୋଧ୍ୟାରେ ପହଞ୍ଚିଲେ। ଯାତ୍ରା ଆରମ୍ଭ ହେଲା। ଆପଣମାନଙ୍କ ସ୍ନେହ ସଦ୍ଦିଚ୍ଛା ଏବଂ ଭଲପାଇବା ଜରୁରୀ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଅଭିଷେକ ଶର୍ମା। ଏହା ଅକ୍ଷୟ କୁମାରଙ୍କ ପ୍ରଡକ୍ସନ ହାଉସରେ କରାଯିବ।

Share