ରିଲିଜ୍ ହେଲା ‘ବଚ୍ଚନ ପାଣ୍ଡେ’ର ନୂଆ ଗୀତ

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଅଭିନୀତ ଫିିଲ୍ମ ‘ବଚ୍ଚନ ପାଣ୍ଡେ’ର ଆଉ ଏକ ନୂଆ ଗୀତ ରିଲିଜ୍ ହୋଇଛି । ପୂର୍ବରୁ ଏହାର ଟ୍ରେଲର ରିଲିଜ୍ ହୋଇଥିବା ବେଳେ ଦର୍ଶକେ ଖୁବ୍ ଉତ୍ସାହର ସହ ଏହାକୁ ଅପେକ୍ଷା ରଖିଛନ୍ତି । ଫିଲ୍ମଟି ରିଲିଜ୍ ହେବା ପୂର୍ବରୁ ଏବେ ଏହାର ନୂଆ ଗୀତ ‘ସାରେ ବୋଲୋ ବେୱାଫା’ ରିଲିଜ୍ ହୋଇଛି । ଫିଲ୍ମରେ ଅକ୍ଷୟଙ୍କ ଗ୍ୟାଙ୍ଗଷ୍ଟର ଲୁକ୍ ଦେଖିବାକୁ ଦର୍ଶକେ ଅପେକ୍ଷା ରଖିଥିବା ବେଳେ ଏହି ଗୀତରେ ସେ ଖୁବ୍ ଡ୍ୟାନ୍ସ କରୁଥିବା ଦେଖାଯାଇଛି । ଏହା ଭାଙ୍ଗିଯାଇଥିବା ହୃଦୟକୁ ଯୋଡିବାରେ ବେଶ୍ ସହାୟକ ହେବ ବୋଲି କୁହାଯାଉଛି । ଅକ୍ଷୟଙ୍କ ଏହି ଗୀତକୁ ତାଙ୍କ ପ୍ରଶଂସକମାନେ ବେଶ୍ ପସନ୍ଦ କରିଛନ୍ତି ।
ଅକ୍ଷୟ ସୋସିଆଲ ମିଡିଆରେ ଗୀତଟିକୁ ଶେୟାର କରି ଏହି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଏବେ ହୃଦୟ ଭାଙ୍ଗିବାର ଶବ୍ଦ ସଭିଙ୍କୁ ଶୁଭିବ । ଏବେ ସମସ୍ତେ କହିବେ ସାରେ ବୋଲୋ ବେୱାଫା ସଙ୍ଗ ରିଲିଜ୍ ହୋଇ ଯାଇଛି ।

Share