ମୁମ୍ବାଇ: କରୋନା ସଂକ୍ରମଣ ପାଇଁ ବଲିଉଡ୍ରେ ପ୍ରାୟତଃ ଶୁଟିଂ ବନ୍ଦ ଥିବା ବେଳେ ଧୀରେ ଧୀରେ ଟେଲିଭିଜନ ଶୁଟିଂ ଆରମ୍ଭ କରାଗଲାଣି। ଦୀର୍ଘ ପ୍ରାୟ ୩ ମାସ ପରେ ଏବେ ବଲିଉଡ୍ର କିଛି ଫିଲ୍ମ ଶୁଟିଂ ଆରମ୍ଭ କରିବା କଥା ଚିନ୍ତା କରାଯାଇଛି। ମୁମ୍ବାଇ ମିରରର ଖବର ଅନୁଯାୟୀ, ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ବେଲ ବଟମ’ର ଶୁଟିଂ ନିକଟରେ ଆରମ୍ଭ କରିବାକୁ ଯୋଜନା କରାଯାଉଛି। ତେବେ ଏହି ଶୁଟିଂ ଭାରତରେ ନୁହେଁ ବିଦେଶରେ କରାଯିବ। ଏପଟେ କରୋନା ସଂକ୍ରମଣକୁ ଦେଖି ଅକ୍ଷୟ ସ୍କଟଲାଣ୍ଡରେ ହେବାକୁ ଥିବା ଏହି ଫିଲ୍ମ ଶୁଟିଂ ପାଇଁ ପ୍ରାଇଭେଟ ଜେଟ୍ରେ ଗସ୍ତ କରିପାରନ୍ତି ବୋଲି କୁହାଯାଉଛି। ଚଳିତ ମାସରେ ଏହାର ଶୁଟିଂ ଯୋଜନା କରାଯାଇଥିବା ବେଳେ ଅନ୍ତରାଷ୍ଟ୍ରୀୟ ଉଡାଣ ବନ୍ଦ ଥିବାରୁ ଏହାର ଶୁଟିଂକୁ ଘୁଞ୍ଚାଇବାକୁ ପଡିଛି। ଖୁବ୍ଶୀଘ୍ର ଏହି ଫିଲ୍ମର ଶୁଟିଂ ଆରମ୍ଭ କରାଯିବ ବୋଲି ଜଣାପଡିଛି।