ବିଳାସପୂର୍ଣ୍ଣ ଫ୍ଲାଟ୍‌ କିଣିଲେ ଅକ୍ଷୟ କୁମାର, ଦାମ୍‌ ରହିଛି…

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ତଥା ଖିଲାଡି ବୟ ଅକ୍ଷୟ କୁମାର ଅଭିନୟକୁ ନେଇ ଯେତିକି ଚର୍ଚ୍ଚାରେ ଥା’ନ୍ତି ତାଙ୍କ ବ୍ୟକ୍ତିଗତ କିଛି କଥାକୁ ନେଇ ମଧ୍ୟ ଚର୍ଚ୍ଚାରେ ଥାନ୍ତି। ଏବେ ମୁମ୍ବାଇରେ ଏକ ବିଳାସପୂର୍ଣ୍ଣ ଫ୍ଲାଟ୍‌ କିଣି  ଚର୍ଚ୍ଚାକୁ ଆସିଛନ୍ତି ଅକ୍ଷୟ।

ଶୁଣିବାକୁ ମିଳୁଛି, ଅକ୍ଷୟ କିଣିଥିବା ଫ୍ଲାଟ୍‌ର ଦାମ୍‌ ୭ କୋଟିରୁ ଊର୍ଦ୍ଧ୍ୱ। ଫ୍ଲାଟ୍‌ଟି ପଶ୍ଚିମ ଖାର୍‌ର ଜୟ ଲିଜେଣ୍ଡ ବିଲ୍ଡିଂର ୧୯ତମ ମହଲାରେ ରହିଛି। କେବଳ ଏତିକି ନୁହେଁ, ୪ଟି ଗାଡ଼ି ପାର୍କିଂ ପାଇଁ ମଧ୍ୟ ସ୍ଥାନ ରହିଛି।

ଅକ୍ଷୟ ୨୦୨୧ ଡିସେମ୍ବରରେ ତାଙ୍କ ଅଫିସକୁ ୯ କୋଟିରେ ବିକ୍ରି କରିଥିଲେ। ଏହା ପରେ ସେ ପଶ୍ଚିମ ଖାର୍‌ରେ ଏକ ନୂଆ ଆପାର୍ଟମେଣ୍ଟ ନେଇଥିଲେ। ଏହି ଘରକୁ ନେଇ ଅଧିକ କିଛି ଅଫିସିଆଲ ଅପଡେଟ୍‌ ସେ ଦେଇନାହାନ୍ତି।

ଏହି ଖବର ଶୁଣିବା ପରେ ତାଙ୍କ ପ୍ରଶଂସକମାନେ ଉତ୍ସାହିତ ହୋଇପଡ଼ିଛନ୍ତି। ଅକ୍ଷୟ ବଲିଉଡ୍‌ ଇଣ୍ଡଷ୍ଟ୍ରିର ବ୍ୟସ୍ତବହୁଳ ଅଭିନେତାମାନଙ୍କ ମଧ୍ୟରୁ ଜଣେ, ଯିଏ ଗୋଟିଏ ବର୍ଷରେ ୧ରୁ ଅଧିକ ଫିଲ୍ମ କରିଥାନ୍ତି। କରୋନାର ଦ୍ୱିତୀୟ ଲହର ପରେ ସମସ୍ତ ରାଜ୍ୟରେ ସିନେମା ହଲ୍‌ ଖୋଲିବା ନେଇ ଘୋଷଣା ହେବା ମାତ୍ରେ ତାଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ ନକ୍‌ ହୋଇଥିଲା।

Share