ବଲିଉଡ୍‌ରେ ୩୦ ବର୍ଷ ପୂରଣ କଲେ ଖିଲାଡି ବୟ, ସୋସିଆଲ ମିଡିଆରେ ଲେଖିଲେ ଏମିତି

ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାର ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ୩ ଦଶନ୍ଧି ପାଳନ କରିଛନ୍ତି। ଏହି ୩୦ ବର୍ଷ ମଧ୍ୟରେ ପ୍ରଶଂସକମାନେ ତାଙ୍କୁ ଅନେକ ଭଲ ପାଇବା ଦେଇଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ବିଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଛନ୍ତି।

ଏବେ ବି ଅକ୍ଷୟ ତାଙ୍କ ଦମ୍‌ଦାର ଅଭିନୟ ଦର୍ଶକଙ୍କୁ ଦେଖାଉଛନ୍ତି। ତାଙ୍କର ଆଗାମୀ ଫିଲ୍ମ ‘ପୃଥ୍ବୀରାଜ’ର ଏକ ନୂଆ ପୋଷ୍ଟର ରିଲିଜ କରିଛନ୍ତି। ଫିଲ୍ମଟି ପୃଥ୍ବୀରାଜ ଚୌହାନଙ୍କ ଜୀବନୀ ଉପରେ ଆଧାରିତ। ଫିଲ୍ମ ରିଲିଜ ହେବା ପୂର୍ବରୁ ପ୍ରଡକ୍ସନ ହାଉସ ୟଶରାଜ ଫିଲ୍ମସର ଟୁଇଟର ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରାଯାଇଛି। ଯେଉଁଥିରେ ଅକ୍ଷୟ କୁମାର ପୃଥ୍ବୀରାଜ ଫିଲ୍ମର ନିର୍ଦ୍ଦେଶକ ଚନ୍ଦ୍ରପ୍ରକାଶ ଦ୍ୱିବେଦୀଙ୍କ ସହ ନଜର ଆସିଛନ୍ତି।

ଅକ୍ଷୟ ଫଟୋ ଶେୟାର କରି ଏଥିରେ କ୍ୟାପଶନ ଲେଖିଛନ୍ତି, ମୁଁ ଜାଣି ନ ଥିଲି ଯେ ମୁଁ ୩୦ ବର୍ଷ ପୂରଣ କରିସାରିଛି। ମୋତେ ଉପହାର ଦେଇଥିବାରୁ ଆଦିତ୍ୟ ଚୋପ୍ରାଙ୍କୁ ଧନ୍ୟବାଦ। ମୋର ମନେ ଅଛି, ମୁଁ ଓଟିରେ ମୋର ପ୍ରଥମ ଶଟ୍‌ ଦେଇଥିଲି, ଏହା ଏକ ଆକ୍ସନ ଶୁଟ୍‌ ଥିଲା ବୋଲି ୧୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିବାର ସୁଯୋଗ ପାଇଛି। ସମସ୍ତଙ୍କୁ ଧନ୍ୟବାଦ।

Share