ଦେଶର ନାମକୁ ନେଇ ବିବାଦ ମଧ୍ୟରେ ଅକ୍ଷୟ କୁମାରଙ୍କ ବଡ଼ ନିଷ୍ପତ୍ତି: ବଦଳାଇଲେ ଫିଲ୍ମର ନାମ

ବମ୍ବେ: ଦେଶର ନାମକୁ ‘ଇଣ୍ଡିଆ’ରୁ ‘ଭାରତ’କୁ ପରିବର୍ତ୍ତନ କରିବାକୁ ଲାଗି ରହିଛି ବିବାଦ। ଏହା ମଧ୍ୟରେ ଅନେକ କଳାକାର ଏହି ନିଷ୍ପତ୍ତିକୁ ସମର୍ଥନ କରୁଥିବା ଦେଖାଯାଉଛି। ଖିଲାଡି କିଙ୍ଗ ଅକ୍ଷୟ କୁମାର ନିଜର ଅପକମିଂ ଫିଲ୍ମ ‘ଦ ଗ୍ରେଟ୍‌ ଇଣ୍ଡିଆନ୍‌ ରେସ୍କ୍ୟୁ’ର ନାମ ବଦଳାଇ ‘ ମିଶନ ରାନୀ ଗଜ: ଦ ଗ୍ରେଟ୍‌ ଭାରତ ରେସ୍କ୍ୟୁ’ କରିଛନ୍ତି। ପୂର୍ବରୁ ଅମିତାଭ ବଚ୍ଚନ ମଧ୍ୟ ‘ଭାରତ ମାତା କି ଜୟ’ ଲେଖି ଏହାକୁ ସମର୍ଥନ କରିଥିଲେ।

‘ ମିଶନ ରାନୀ ଗଜ: ଦ ଗ୍ରେଟ୍‌ ଭାରତ ରେସ୍କ୍ୟୁ’ ଫିଲ୍ମର ପୋଷ୍ଟରକୁ ଅକ୍ଷୟ ନିଜର ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଫିଲ୍ମରେ ସେ ମାଇନିଂ ଇଞ୍ଜିନିୟର ଜସବନ୍ତ ସିଂହ ଗିଲ ଭୂମିକାରେ ନଜର ଆସିବେ। ୧୯୮୯ରେ ଜସବନ୍ତ ୩୫୦ ଫୁଟ୍‌ ମାଟିତଳେ ଫସିଥିବା ୬୫ ପିଲାଙ୍କୁ ବଞ୍ଚାଇଥିଲେ।

Share