Advertisement

ଅତିଥି ଚରିତ୍ର ପାଇଁ ବଲିଉଡ୍‌ର ସବୁଠାରୁ ଦାମୀ ଅଭିନେତ୍ରୀଙ୍କ ଫିସ୍‌ଠାରୁ ୭ କୋଟି ଅଧିକ ନେଉଛନ୍ତି ଏହି ଅଭିନେତା

ଖିଲାଡି ହିରୋ ଅକ୍ଷୟ କୁମାର ବଲିଉଡ୍‌ର ସବୁଠାରୁ ବ୍ୟସ୍ତ କଳାକାରଙ୍କ ମଧ୍ୟରୁ ଜଣେ। ତାଙ୍କ ହାତରେ ବର୍ତ୍ତମାନ ଅନେକ ପ୍ରଜେକ୍ଟ ରହିଛି। ଏଥିରେ ଆନନ୍ଦ ଏଲ୍‌ଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଅନ୍ତରଙ୍ଗ ରେ’ ମଧ୍ୟ ଅନ୍ତର୍ଭୁକ୍ତ। ଏହି ଫିଲ୍ମରେ ଅକ୍ଷୟଙ୍କ ଚରିତ୍ର ଅତିଥି କଳାକାରର ରହିଛି। ଏଥିପାଇଁ ତାଙ୍କୁ ମାତ୍ର ୨ ସପ୍ତାହ ସମୟ ଦେବାକୁ ପଡ଼ିବ। ତେବେ ଏତେ କମ୍‌ ସମୟ ପାଇଁ ଅକ୍ଷୟ ୨୭ କୋଟି ଟଙ୍କା ନେବେ ବୋଲି ଜଣାପଡ଼ିଛି। ବର୍ତ୍ତମାନ ପର୍ଯ୍ୟନ୍ତ ବଲିଉଡ୍‌ର ସବୁଠାରୁ ମହଙ୍ଗା ଅଭିନେତ୍ରୀ ରୂପେ ଦୀପିକା ପାଦୁକୋନ ୨୦ କୋଟି ଟଙ୍କା ଫିସ୍‌ ନେଇଛନ୍ତି। ମାତ୍ର ଅକ୍ଷୟଙ୍କ ଫିସ୍‌ ଦୀପିକାଙ୍କ ଫିସ୍‌ଠାରୁ ୭ କୋଟି ଅଧିକ।
ଦୀପିକା ବର୍ତ୍ତମାନ ପର୍ଯ୍ୟନ୍ତ ବଲିଉଡ୍‌ର ସବୁଠାରୁ ଦାମୀ ଅଭିନେତ୍ରୀ। ନିକଟରେ ସେ ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ନିର୍ଦ୍ଦେଶକ ନାଗା ଅଶ୍ୱିନଙ୍କ ଏକ ଫିଲ୍ମରେ କାମ କରିବେ ବୋଲି ଜଣାପଡ଼ିଛି। ଏଥିପାଇଁ ସେ ୨୦ କୋଟି ଟଙ୍କା ଚାର୍ଜ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share