‘ଓଏମଜି ୨’ ପାଇଁ ଅକ୍ଷୟ ନେଇଛନ୍ତି ୩୫ କୋଟି!

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ବର୍ତ୍ତମାନ ତାଙ୍କ ମୁଭି ‘ଓ ମାଇଁ ଗଡ ୨’ର ସଫଳତାକୁ ଉପଭୋଗ କରୁଛନ୍ତି। ମୁଭିଟି ରିଲିଜ ହେବାର ୭ଦିନ ହୋଇଗଲାଣି ଏବଂ ଏହା କ୍ରମାଗତ ଭାବରେ ଭଲ ବିଜନେସ କରୁଛି। କୁହାଯାଉଛି ଯେ ଫିଲ୍ମଟି ଏକ ଭଲ ମେସେଜ ଦେଉଛି, ଯେଉଁଥିପାଇଁ ଏହି ମୁଭି ବିଷୟରେ ଲୋକଙ୍କ ମଧ୍ୟରେ ବହୁତ ଚର୍ଚ୍ଚା ହେଉଛି। ଏହା ଏପର୍ଯ୍ୟନ୍ତ ୭୯.୪୭କୋଟି ରୋଜଗାର କରିଛି।
ଖବର ଅନୁଯାୟୀ ଅକ୍ଷୟଙ୍କ ଫିଲ୍ମ ‘ଏଏମଜି ୨’ ଶୀଘ୍ର ୧୦୦ କୋଟି କ୍ଲବରେ ପ୍ରବେଶ କରିବ। କିଛି ରିପୋର୍ଟରେ ଏହା ମଧ୍ୟ କୁହାଯାଉଛି ଯେ ଏହି ଫିଲ୍ମ ୧୫୦ କୋଟି ବଜେଟରେ ନିର୍ମିତ ହୋଇଛି। ନିକଟରେ ଫିଲ୍ମର ଷ୍ଟାର କାଷ୍ଟର ଫିଜ ପ୍ରକାଶ ପାଇଥିଲା। କୁହାଯାଉଥିଲା ଯେ ଅକ୍ଷୟ ଏହି ଫିଲ୍ମ ପାଇଁ ୩୫ କୋଟି ଟଙ୍କା ନେଇଛନ୍ତି। ପଙ୍କଜ ତ୍ରିପାଠୀ ୫କୋଟି ଫି ନେଇଛନ୍ତି। କିନ୍ତୁ ବର୍ତ୍ତମାନ ଫିଲ୍ମର ନିର୍ମାତା ନିଜେ ଏହା ବିଷୟରେ ପ୍ରକାଶ କରିଛନ୍ତି। ଯଦି ସମସ୍ତେ ନୁହଁନ୍ତି, ତେବେ ସେ ଅକ୍ଷୟଙ୍କ ଫି ବିଷୟରେ ନିଶ୍ଚିତ ଭାବରେ ଆଲୋଚନା କରିଛନ୍ତ। ନିର୍ମାତା ଅଜିତ କହିଛନ୍ତି ଯେ ଏହି ଫିଲ୍ମ ୧୫୦କୋଟି ବଜେଟରେ ତିଆରି ହୋଇନାହିଁ।
ସେ ଆହୁରି ମଧ୍ୟ କହିଛନ୍ତି ଅକ୍ଷୟ ଏହି ମୁଭି କରିବା ପାଇଁ ଗୋଟିଏ ଟଙ୍କା ବି ଚାର୍ଜ କରି ନାହାନ୍ତି। ଯେତେବେଳେ ଫିଲ୍ମ ନିର୍ମାଣ କରାଯାଉଥିଲା ସେତେବେଳେ ବହୁତ ରିସ୍କ ନିଆଯାଇଥିଲା। ଅକ୍ଷୟ ଯଦିଓ କିଛି ଫିଜ ଚାର୍ଜ କରି ନାହାନ୍ତି ସେ କିନ୍ତୁ ତାଙ୍କ ତରଫରୁ କ୍ରିଏଟିଭଲି ତଥା ଫାଇନାନସିୟାଲି ବହୁତ ଆକ୍ଟିଭ ଥିଲେ। ଫିଲ୍ମ ମାତ୍ର ୫୦ କୋଟି ବଜେଟରେ ନିର୍ମାଣ କରାଯାଇଛି। ଆଉ ଏବେ ଏହା ଭଲ ବିଜନେସ କରୁଛି। ସୂଚନାଯୋଗ୍ୟ, ୨୦୧୨ରେ ଯେତେବେଳେ ‘ଓ ମାଇଁ ଗଡ’ ନିର୍ମାଣ କରାଯାଇଥିଲା ଏହା ୨୫ କୋଟି ବଜେଟରେ କରାଯାଇଥିଲା। ଅକ୍ଷୟଙ୍କ ଓଏମଜି ୨ ତାହାର ସିକ୍ୱେଲ। ଏଥିରେ ସେ ଭଗବାନ ଶିବଙ୍କ ଭୂମିକାରେ ନଜର ଆସିଛନ୍ତି।

Share