ବଲିଉଡ୍ ଅଭିନେତା ଅକ୍ଷୟ କୁମାର ୨୦ ବର୍ଷ ପୂର୍ବେ ଅଭିନେତ୍ରୀ ଟ୍ବିଙ୍କଲ ଖାନ୍ନାଙ୍କୁ ବିବାହ କରିଥିଲେ। ତେବେ ଟ୍ବିିଙ୍କଲ ପୂର୍ବରୁ ଅକ୍ଷୟଙ୍କ ନାମ ଅନେକ ଅଭିନେତ୍ରୀଙ୍କ ସହ ଯୋଡା ଯାଇଥିଲା। ରବିନା ଟଣ୍ଡନ, ଶିଳ୍ପା ଶେଟ୍ଟୀ, ରେଖା ଏବଂ ଆହୁରି ଅନେକ ନାମ ସହିତ ଅକ୍ଷୟଙ୍କ ପ୍ରେମ ସମ୍ପର୍କ ଥିବା ଚର୍ଚ୍ଚା ହେଉଥିଲା। ଅଭିନେତ୍ରୀ ରବିନାଙ୍କ ସହ ଅକ୍ଷୟଙ୍କ ନିର୍ବନ୍ଧ ହୋଇଥିବା କଥା ମଧ୍ୟ ଚର୍ଚ୍ଚା ହୋଇଥିଲା। କିନ୍ତୁ ରବିନାଙ୍କୁ ଧୋକା ଦେଇ ଅକ୍ଷୟ ସେ ଶିଳ୍ପା ଶେଟ୍ଟୀଙ୍କୁ ଡେଟ କରିବା ଆରମ୍ଭ କରିଥିଲେ। ଏକ ସାକ୍ଷାତକାରରେ ରବିନା ଏହା ସ୍ବୀକାର ମଧ୍ୟ କରିଥିଲେ।
ସେତେବେଳେ ଅକ୍ଷୟ କୁମାରଙ୍କୁ ‘ଲେଡି କିଲର’ କୁହାଯାଉଥିଲା କିନ୍ତୁ ଅକ୍ଷୟ ନିଜେ ଏହା ବିଶ୍ୱାସ କରୁ ନ ଥିଲେ। ଏକ ସାକ୍ଷାତକାରରେ ଅକ୍ଷୟ କହିଥିଲେ ମୁଁ ଜଣେ ’ଲେଡି କିଲର’ ନୁହେଁ, ମୁଁ ସେମାନଙ୍କୁ ଆକର୍ଷିତ କରେ। ମୁଁ ପ୍ରତ୍ୟେକ କାର୍ଯ୍ୟକୁ ସଚ୍ଚୋଟ ଭାବରେ କରିବାକୁ ଚେଷ୍ଟା କରେ। ମୁଁ ଯାହା କହିବାକୁ ଚାହେଁ ତାହା ସମସ୍ତଙ୍କ ଆଗରେ କହିଦିଏ। କାହା ପଛରେ କହେ ନାହିଁ। ମୁଁ ଭାବୁଛି ମୋର ଏହି ସ୍ବଭାବ ଦେଖି ମହିଳାମାନେ ମୋ ପ୍ରତି ଆକର୍ଷିତ ହୋଇଥନ୍ତି। ବିବାହ ପୂର୍ବରୁ ଏହା ସବୁ ଘଟୁଥିଲା। ବିବାହ ପରେ ମୋତେ ଏହି ମୁକୁଟ ଅନ୍ୟ କାହାକୁ ଦେବାକୁ ପଡିଲା ବୋଲି ଅକ୍ଷୟ କହିଥିଲେ।